ପାନ ଦୋକାନୀଙ୍କୁ ବୀଭତ୍ସ ହତ୍ୟା, ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତାରୋକ

Advertisment

ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା

ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା

ପାନ ଦୋକାନୀଙ୍କୁ ବୀଭତ୍ସ ହତ୍ୟା, ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତାରୋକ

ବାହାନଗା/ନୀଳଗିରି/ଗୋପାଳପୁର : ଜଣେ ବ୍ୟବସାୟୀଙ୍କୁ ଗଳାକାଟି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳ‌ରେ ଉତ୍ତେଜନା ପ୍ରକାଶ ପାଇବା ସହ ‌ଲୋକ ରାସ୍ତା ଅବରୋଧ କରିଛନ୍ତି। ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି। ସୂଚନା ଅନୁସାରେ; ସାଆନ୍ତା ବଜାରରେ ହୀରାଟିକିରି ଗ୍ରାମର ବଂଶୀଧର ବେହେରାଙ୍କ ପୁଅ ଅମୂଲ୍ୟ (୪୨) ଓରଫ୍‌ ଅମୁ ପାନ ଓ ମୋବାଇଲ୍‌ ରିଚାର୍ଜ ଦୋକାନ କରନ୍ତି। ତେବେ ଗତକାଲି ରାତିରେ ସାଆନ୍ତା ଛକ ଶିବମନ୍ଦିର ନିକଟରେ ଦୁର୍ବୃତ୍ତମାନେ ଯୋଜନାବଦ୍ଧ ଭାବେ ତାଙ୍କର ଗଳା କାଟିବା ସହ ମୁଣ୍ଡରେ ଶକ୍ତ ଆଘାତ କରି ହତ୍ୟା କରିଛନ୍ତି। ଶେରଗଡ଼ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଅମୂଲ୍ୟ ନିଜ ବାଇକ୍‌ ସହ ମୃତ ଅବସ୍ଥାରେ ପଡ଼ିଥିବା ଦେଖିଥିଲା। ସକାଳେ ଘଟଣା ପ୍ରଚାରିତ ହେବା ପରେ ଲୋକଙ୍କ ଭିଡ଼ ଜମିଥିଲା। ପରିବାର ଲୋକ ଓ ଜନସାଧାରଣ ହତ୍ୟାକାରୀଙ୍କ ଗିରଫ ଦାବି କରି ଶେରଗଡ଼-ନୀଳଗିରି ରାସ୍ତାରେ ନିଆଁ ଜାଳିବା ସହ ଦୀର୍ଘ ୪ ଘଣ୍ଟ‌ା ଅବରୋଧ କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ମୃତ ଅମୂଲ୍ୟଙ୍କ ପକେଟ୍‌ରୁ ୨ଟି ମୋବାଇଲ୍‌ ଓ ୮ ହଜାର ୭୧୦ ଟଙ୍କା ଏବଂ ତାଙ୍କ ବାଇକ୍‌କୁ ଜବତ କରିଛି। ଅମୂଲ୍ୟଙ୍କ ବାପାଙ୍କ ଏତଲାକ୍ରମେ ଖନ୍ତାପଡ଼ା ଥାନାରେ ଏକ ହତ୍ୟା ମାମଲା ରୁଜୁକରି ପୁଲିସ ତଦନ୍ତ ଜାରି ରଖିଛି।

ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା

ବିନିକା : ସୋନପୁର ଜିଲ୍ଲା ବିନିକା ବ୍ଲକ ମେଘେଲା ଗ୍ରାମର ଲିଙ୍ଗରାଜ ପୁଟା (୪୫)ଙ୍କୁ କେହି ଦୁର୍ବୃତ୍ତ ବୁଧବାର ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି। ଖବର ପାଇ ବିନିକା ଥାନା ଅଧିନସ୍ଥ ଗନିଅାଁ ଫାଣ୍ଡି ଅଧିକାରୀ ଅରକ୍ଷିତ ମାଝୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ତେବେ ମୃତ ଲିଙ୍ଗରାଜଙ୍କ ଭାଇ ମୁନା ପୁଟାଙ୍କ ଏତଲାକ୍ରମେ ବିନିକା ପୁଲିସ କେସ ନଂ ୬୫/୧୧-୪ରେ ଏକ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe