ଡିସେମ୍ବର ସୁଦ୍ଧା ୧୧୪ ପୌରାଞ୍ଚଳର ୮ ଲକ୍ଷ ଘରକୁ ପାନୀୟ ଜଳ: ପ୍ରତାପ

Advertisment

ସହରାଞ୍ଚଳ ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ

ସହରାଞ୍ଚଳ ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ

ଡିସେମ୍ବର ସୁଦ୍ଧା ୧୧୪ ପୌରାଞ୍ଚଳର ୮ ଲକ୍ଷ ଘରକୁ ପାନୀୟ ଜଳ: ପ୍ରତାପ

ଭୁବନେଶ୍ବର: ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟର ପୌରାଞ୍ଚଳରେ ଥିବା ୮ ଲକ୍ଷରୁ ଉର୍ଦ୍ଧ୍ବ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଆଜି ସଚିବାଳୟରେ ସହରାଞ୍ଚଳ ପାନୀୟ ଜଳ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ମଙ୍ଗଳବାର ସଚିବାଳୟରେ ସମୀକ୍ଷା କରିବା ପରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ, ପୌରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଦୂର କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ସରକାର ହାତକୁ ନେଇଥିବା ୭୯୩ଟି ପ୍ରକଳ୍ପରୁ ୬୪୨ଟି ସମ୍ପୂର୍ଣ୍ଣ ହୋଇଛି। ବାକି ପ୍ରକଳ୍ପ ଗୁଡିକ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି। ୨୦୧୩ ମସିହାରେ ପ୍ରସ୍ତୁତ ଓଡ଼ିଶା ରାଜ୍ୟ ସହରାଞ୍ଚଳ ପାନୀୟ ଜଳ ନୀତି ଅନୁଯାୟୀ ୨୦୨୬ ସୁଦ୍ଧା ଏହା କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ବିଭାଗ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ କରାଯାଇ ୨୦୧୯ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଏହା ସମ୍ପୂର୍ଣ୍ଣ ହେଲେ ୭୦ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ପ୍ରାକୃତିକ ଦୁର୍ବିପାକ କିମ୍ବା କୌଣସି ବି ପରିସ୍ଥିତିରେ ଯଦି ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ବିଦ୍ୟୁତ ସରବରାହ ବ୍ୟାହତ ହୁଏ, ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ବଜାୟ ରଖିବା ପାଇଁ ସ୍ବତନ୍ତ୍ର ଭାବେ ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟରେ ଜେନେରେଟର ବ୍ୟବସ୍ଥା କରାଯିବ। ଏହାସହିତ ପାଣିର ଗୁଣବତା ପରୀକ୍ଷା କରିବା ନିମନ୍ତେ ସରକାରୀ ଓ ଘରୋଇ ସହଭାଗିତାରେ ୯ଟି ପରୀକ୍ଷାଗାର ସ୍ଥାପନ କରାଯାଇଛି। ବର୍ତ୍ତମାନ ବିଭିନ୍ନ ସହରାଞ୍ଚଳରେ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତିକରଣ ନିମନ୍ତେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ସମୀକ୍ଷା ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଵାନନ୍, ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe