ସରସ୍ବତୀ ପୂଜା ଚାନ୍ଦା ଆଳରେ ଦାଦାଗିରି

ସରସ୍ବତୀ ପୂଜା ଚାନ୍ଦା ଆଳରେ ଦାଦାଗିରି

OdishaTV

ବରଗଡ଼: ସରସ୍ବତୀ ପୂଜା ଚାନ୍ଦାକୁ ନେଇ ବାଉଲ୍‌ସିିଂହା ଇଥାନଲ୍‌ ପ୍ଲାଣ୍ଟ ଏବଂ ‌ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ମାମଲା ଥାନା ପର୍ଯ୍ୟନ୍ତ ପହଂଚିଛି। ବରଗଡ଼ ବ୍ଲକ ଅନ୍ତର୍ଗତ ଖେଦାପାଲି ଗ୍ରାମର କିଛି ଦୁର୍ବୁତ୍ତ  ଇଥାନଲ୍‌ ପ୍ଲାଣ୍ଟକୁ ଯାଇ  ସରସ୍ବତୀ ପୂଜା ପାଇଁ  ଲକ୍ଷାଧିକ ଟଙ୍କାର ଚାନ୍ଦା ମାଗିଲେ।

ଚାନ୍ଦା ନ ଦେବାରୁ ବିପିସିଏସ୍‌ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ l ଏନେଇ ଥାନାରେ ଅଭିଯୋଗ ମଧ୍ୟ ହେଲା। ତେବେ ପୁଲିସ୍‌ କିଛି କାର୍ଯ୍ୟାନୁଷ୍ଠାନ ନନେବାରୁ ସଂପୃକ୍ତ ଯୁବକମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ  ନିର୍ମାଣାଧିନ କ୍ୟାନ୍‌ସର ହସ୍ପିଟାଲର ଠିକାଦାରଙ୍କୁ  ଦେଢ଼ ଲକ୍ଷ ଟଙ୍କା ଚାନ୍ଦା ମାଗିଥିଲେ। ଠିକାଦାର ଜଣକ ଏତେ ଟଙ୍କା ଦେବାକୁ ଅମଙ୍ଗ ହେବାରୁ ତାଙ୍କୁ ଧମକ ଦେଇଥିଲେ। ଟାଉନ୍‌ ପୁଲିସ୍‌ ୧୨/୧୪ଜଣ ଯୁବକଙ୍କୁ ଆଣି ପଚରାଉଚୁରା କରୁଥିବା ଜଣାପଡ଼ିଛି। ଉକ୍ତ ଅଂଚଳରେ ଅସାମାଜିକ ଲୋକଙ୍କ ପ୍ରାଦୂର୍ଭାବ ବଢ଼ୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe