ବେଗୁନିଆ: ପୋଷ୍ଟମାଷ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ

Advertisment
ବେଗୁନିଆ: ପୋଷ୍ଟମାଷ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ଟିକାତାଳ ନିକଟବର୍ତ୍ତୀ ଶିଉଳା ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି।
ଶବଟି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧୀନ ବାଉଁଶିଆପଡ଼ା ଗ୍ରାମର ପୋଷ୍ଟମାଷ୍ଟର ୫୨ ବର୍ଷିୟ ଗଙ୍ଗାଧର ପ୍ରଧାନଙ୍କର ବୋଲି ଜଣାପଡ଼ିଛି। ସେ ଫେବ୍ରୁଆରି ୬ ତାରିଖରୁ ନିଖୋଜ ହୋଇଯାଇଥିଲେ।

କିଛି ସ୍ଥାନୀୟ ଲୋକେ ପତର ଗୋଟାଇବାକୁ ବଣ ଭିତରକୁ ଯାଇଥିବାବେଳେ ଗୋଟିଏ ଗଛରେ ତାଙ୍କର ଶବ ଝୁଲୁଥିବାର ଦେଖିବା ପରେ ବେୁଗୁନିଆ ପୁଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମେଡିକାଲ୍‌କୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe