ସମର୍ଥକଙ୍କୁ ଚାପୁଡ଼ା ମାରି ବ୍ରହ୍ମପୁର ସା˚ସଦ ଅଡ଼ୁଆରେ

Advertisment
ସମର୍ଥକଙ୍କୁ ଚାପୁଡ଼ା ମାରି ବ୍ରହ୍ମପୁର ସା˚ସଦ ଅଡ଼ୁଆରେ

ପାରଳାଖେମୁଣ୍ଡି : ମିଶ୍ରଣ ପର୍ବରେ ନିଜର ଜଣେ ସମର୍ଥକଙ୍କୁ ଚାପୁଡ଼ା ମାରି ବ୍ରହ୍ମପୁର ସା˚ସଦ ଚନ୍ଦ୍ରଶେଖର ସାହୁ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ଏ ସ˚ପର୍କରେ ଆଜି ସକାଳୁ ସକାଳୁ ଏକ ଭିଡିଓ ସୋସିଆଲ ମିଡଆରେ ଭାଇରାଲ୍‌ ହେବା ପରେ ଏହି ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ସାଂସଦଙ୍କ ହାତରୁ ଚାପୁଡ଼ା ଖାଇଥିବା ଖୋଦ୍ ସଂଗ୍ରାମ କେଶରୀ ସାହୁ ନିଜକୁ ସାଂସଦ ଶ୍ରୀ ସାହୁଙ୍କର ଅନୁଗତ ବୋଲି ଦର୍ଶାଇ ମାଡ଼ ଖାଇନାହାନ୍ତି ବୋଲି କହିଥିବା ବେଳେ ସାଂସଦ ଶ୍ରୀ ସାହୁ ମଧ୍ୟ ଏ ନେଇ ମାପିଚୁପି ମନ୍ତବ୍ୟ ଦେଇଛନ୍ତି। କହିଛନ୍ତି, ଯାହା ବି ଘଟିଛି ତାହା ଠିକ୍‌ ନଥିଲା। ତେବେ ସଂଗ୍ରାମ ଓ ତାଙ୍କ ମଧ୍ୟରେ ଦୀର୍ଘ ଦିନର ଘନିଷ୍ଠତା କାରଣରୁ ଦଳୀୟ ପର୍ଯ୍ୟବେକ୍ଷକ ଶ୍ରୀ ସ୍ବାଇଁଙ୍କୁ ଅପମାନଜନକ ଆଚରଣରେ ସେ ହଠାତ୍‌ ସଂଗ୍ରାମଙ୍କ ଉପରେ କ୍ଷୁବ୍ଧ ହୋଇ ତାଗିଦ୍‌ କରିଥିଲେ। ପରେ ସଂଗ୍ରାମଙ୍କ ଅଜ୍ଞତା କାରଣରୁ ଏହା ଘଟିଥିଲା ବୋଲି ଜାଣିବା ପରେ ସେହି କ୍ଷଣରେ ଦଳ ଭିତରେ ସମସ୍ତେ ଏହାକୁ ଭୁଲି ଯାଇଥିଲେ, ସବୁ ସ୍ବାଭାବିକ ଥିଲା। ଏ ନେଇ ସାଂସଦ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସକୁ ଡକାଇଥିଲେ ବୋଲି ଆଜି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲେ ମଧ୍ୟ ତାହା ସତ ନୁହେଁ ବୋଲି ଜଣାପଡ଼ିଛି।

ଅନୁସନ୍ଧାନରୁ ଜଣାପଡ଼ିଛି, ଗତକାଲି ପାରଳାଖେମୁଣ୍ଡିରେ ଗଜପତି ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ବହୁ କ˚ଗ୍ରେସ ଓ ବିଜେପି ନେତା ଓ କର୍ମୀ ବିଜେଡିରେ ଯୋଗ ଦେଇଥିଲେ। ଦଳରେ ଯୋଗ ଦେଇଥିବା ନେତା ଓ କର୍ମୀଙ୍କୁ ସା˚ସଦ ଚନ୍ଦ୍ରଶେଖର ଏବ˚ ଗଜପତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଥିବା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରୁଥିଲେ। ପାରଳାଖେମୁଣ୍ଡିର ଯୁବ କ˚ଗ୍ରେସ ନେତା ସ˚ଗ୍ରାମ କେଶରୀ ସାହୁ ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ। ତାଙ୍କୁ ମଞ୍ଚ ଉପରେ ପର୍ଯ୍ୟବେକ୍ଷକ ଶ୍ରୀ ସ୍ବାଇଁ ଦଳୀୟ ଉତ୍ତରୀୟ ବେକରେ ପକାଇବା ସମୟରେ ଏହାକୁ ବିଧାୟକ ସ୍ବାଇଁଙ୍କ ହାତରୁ ଛଡ଼ାଇ ନେଇ ସଂଗ୍ରାମ ସା˚ସଦ ଶ୍ରୀ ସାହୁଙ୍କ ହାତକୁ ବଢ଼ାଇ ଦେଇଥିଲେ। ସାଂସଦଙ୍କ ହାତରୁ ସେ ଉତ୍ତରୀୟ ପିନ୍ଧିବାକୁ ଏଭଳି କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସା˚ସଦ ଚନ୍ଦ୍ରଶେଖର ସଂଗ୍ରାମଙ୍କୁ ଚାପୁଡ଼ାଟିଏ ମାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe