ସୁଦୃଢ଼ ହେବ ବୈତରଣୀ ନଦୀବନ୍ଧ, ଟଳିବ ବନ୍ୟା ବିପଦ: ଭଦ୍ରକ ଗସ୍ତରେ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ

Advertisment

ଜିଲ୍ଲାରେ ଚାଲୁରହିଛି ୧୬୯୧ କୋଟିର ବିକାଶ ପ୍ରକଳ୍ପ, ୩ ବ୍ଲକ୍‌କୁ ଯୋଡ଼ିବ ଉନ୍ନତମାନର ନଦୀବନ୍ଧ ରାସ୍ତା

ଜିଲ୍ଲାରେ ଚାଲୁରହିଛି ୧୬୯୧ କୋଟିର ବିକାଶ ପ୍ରକଳ୍ପ, ୩ ବ୍ଲକ୍‌କୁ ଯୋଡ଼ିବ ଉନ୍ନତମାନର ନଦୀବନ୍ଧ ରାସ୍ତା

ସୁଦୃଢ଼ ହେବ ବୈତରଣୀ ନଦୀବନ୍ଧ, ଟଳିବ ବନ୍ୟା ବିପଦ: ଭଦ୍ରକ ଗସ୍ତରେ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ

ଭଦ୍ରକ/ଭଣ୍ଡାରିପୋଖରୀ-୧/ଧାମନଗର: ପ୍ରତିବର୍ଷ ବନ୍ୟା ଦ୍ବାରା ଭଦ୍ରକ ଜିଲ୍ଲା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେଉଛି। ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ଜିଲ୍ଲାର ସମସ୍ତ ନଦୀବନ୍ଧର ସୁଦୃଢ଼ୀକରଣ ଉପରେ ଗୁରୁତ୍ବାରୋପ କରିଛନ୍ତି। ଏଥିପାଇଁ ୧୫୦.୨୪ କୋଟି ବ୍ୟୟରେ ବୈତରଣୀ ବାମ, ଦକ୍ଷିଣପାର୍ଶ୍ବ ବନ୍ଧ ଓ ରାସ୍ତାର ଉନ୍ନତୀକରଣ, ୬୮୧ କୋଟି ଟଙ୍କାରେ ଆଖୁଆପଦା-କୋଚିଳାଠାରେ ଜଳ ସଂରକ୍ଷଣ ନିର୍ମାଣ ପ୍ରକଳ୍ପ କାମ ହାତକୁ ନିଆଯାଇଛି। ଏହାଦ୍ବାରା ଜିଲ୍ଲାରେ ବନ୍ୟାଜନିତ କ୍ଷୟକ୍ଷତିକୁ ରୋକାଯିବା ସହିତ ରବି ଋତୁରେ ୮୧,୨୦୦ ଏକର ଜମିରେ ଜଳସେଚନ ସୁବିଧା ଓ ମାଛଚାଷରୁ ଲୋକେ ଉପକୃତ ହୋଇପାରିବେ। ଏହାଛଡ଼ା ଜିଲ୍ଲାର ବିକାଶ ପାଇଁ ୧୬୯୧ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଚାଲୁ ରହିଛି ବୋଲି ଶନିବାର ଭଦ୍ରକ ଜିଲ୍ଲା ଗସ୍ତରେ ଆସି କହିଛନ୍ତି ରାଜ୍ୟ ସରକାରଙ୍କ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍। ଏହି ଅବସରରେ ସେ ଭଣ୍ଡାରିପୋଖରୀ, ଧାମନଗର ବ୍ଲକ୍‌ର ବିଭିନ୍ନ ଜଳସେଚନ ପ୍ରକଳ୍ପ ଓ ନଦୀବନ୍ଧ ପରିଦର୍ଶନ କରିବା ସହିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ।

ଶ୍ରୀ ପାଣ୍ଡିଆନ୍ ପ୍ରଥମେ ଭଣ୍ଡାରିପୋଖରୀ ବ୍ଲକ୍‌ର ଆଖୁଆପଦା ପଡ଼ିଆରେ ପହଞ୍ଚି ଜନସଭାକୁ ସମ୍ବୋଧିତ କରିଥିଲେ। ଭଣ୍ଡାରିପୋଖରୀ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ। ବୈତରଣୀ ବାମପାର୍ଶ୍ୱ, କୋଚିଳା ନଈର ବାମ ଓ ଦକ୍ଷିଣ ପାର୍ଶ୍ୱ ବନ୍ଧର ସୁଦୃଢ଼ୀକରଣ ସହିତ ବୈତରଣୀ ନଦୀରେ ଏକୀକୃତ ଆନ୍ତଃନଦୀ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ପ୍ରକାଶ କରିଥିଲେ। ପରେ ସେ ବୈତରଣୀ ନଦୀର ଦୁର୍ବଳ ନଦୀବନ୍ଧ ପରିଦର୍ଶନ କରିବା ସହ ବାଲିପୋଖରୀ, କଣ୍ଟିଘାଇ ଏସ୍‌କେପ୍‌ ପରିଦର୍ଶନ କରିଥିଲେ। ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଜଳସଂପଦ ବିଭାଗ ପକ୍ଷରୁ ଯେଉଁ ସବୁ ଯୋଜନା ହାତକୁ ନିଆଯାଇଛି, ସେ ସମ୍ପର୍କରେ ଭଦ୍ରକ ଓ ଯାଜପୁର ଡିଭିଜନ୍‌ର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଧାମନଗର ବ୍ଳକ୍‌ ଗସ୍ତ କରି ବିଭିନ୍ନ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ।

ଭଦ୍ରକ ଗସ୍ତରେ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ
ଜିଲ୍ଲାରେ ଚାଲୁରହିଛି ୧୬୯୧ କୋଟିର ବିକାଶ ପ୍ରକଳ୍ପ
୩ ବ୍ଲକ୍‌କୁ ଯୋଡ଼ିବ ଉନ୍ନତମାନର ନଦୀବନ୍ଧ ରାସ୍ତା
ରବି ଋତୁରେ ମିଳିବ ୮୧,୨୦୦ ଜମିକୁ ସେଚ ସୁବିଧା

ବାଇକ୍‌ ଯୋଗେ ଯାଇ ଆନନ୍ଦପୁର ପଞ୍ଚାୟତର ବୈତରଣୀ, କୋଚିଳା ନଦୀବନ୍ଧ ଓ ମଲ୍ଲୀମାହାରା ଏସ୍‌କେପ୍‌ ବୁଲି ଦେଖିଥିଲେ। ଅପରାହ୍‌ଣ ସାଢ଼େ ୪ଟାରେ ଧୂଷୁରୀ ନିକଟ ଆଇଜିଏମ୍‌ କଲେଜ ପଡିଆରେ ଆୟୋଜିତ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ। ୫-ଟି ରୂପାନ୍ତରଣ, ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ, ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଣୀତ ବିଭିନ୍ନ ଯୋଜନା ଦ୍ବାରା ଧାମନଗରର ବିକାଶକୁ ତ୍ବରାନ୍ବିତ କରାଯାଉଛି। ବୈତରଣୀ ନଦୀବନ୍ଧ ବାମପାର୍ଶ୍ବ ଏମ୍‌ବାକ୍‌ମେଣ୍ଟ ଏରିଆରେ ରାସ୍ତା ପ୍ରକଳ୍ପ ଶେଷ ହେଲେ ଧାମନଗର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି ବ୍ଳକ୍‌ର ପାଖାପାଖି ଲକ୍ଷେ ୨୦ ହଜାର ଲୋକ ଉପକୃତ ହେବେ। ବୈତରଣୀର ଆଖୁଆପଦାଠାରୁ ତିନିତର ଘାଟ ପର୍ଯ୍ୟନ୍ତ ନଦୀବନ୍ଧ ସୁଦୃଢ଼ ହେଲେ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ। କୋଚିଳା ନଦୀର ଆଠଘରିଆଠାରେ ବ୍ୟାରେଜ୍‌ ହେବା ଦ୍ବାରା ଜଳସେଚନ ଓ ମତ୍ସ୍ୟ ସମ୍ପଦ ଉଭୟ କ୍ଷେତ୍ରରେ ଲୋକେ ଲାଭାନ୍ବିତ ହେବେ। ବିରିଡ଼ିଠାରୁ ତିନିତର ଘାଟ ପର୍ଯ୍ୟନ୍ତ ପକ୍କାରାସ୍ତା ନିର୍ମାଣ ପାଇଁ ୯୬.୩୭ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ୫୩,୮୭ କୋଟି ଟଙ୍କା ମଞ୍ଜୁର ହୋଇଥିବା ଶ୍ରୀ ପାଣ୍ଡିଆନ୍ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ତଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ, ଆମ ଓଡ଼ିଶା, ନବୀନ ଓଡ଼ିଶାର ଜିଲ୍ଲା ସଂଯୋଜକ ସଞ୍ଜୟ ଦାସ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ତଳ, ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ରାଜ୍ୟ ବିଜେଡି ସମ୍ପାଦକ ପ୍ରୟାସକାନ୍ତି ସାମଲ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ତିହିଡ଼ି ବ୍ଲକ୍‌ ଅଧ୍ୟକ୍ଷା ଅବନ୍ତୀ ଦାସ, ଚାନ୍ଦବାଲି ଏନ୍‌ଏସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ଧାମନଗରର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଅଶୋକ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ବାଳ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ, ସାରଦା ପ୍ରସନ୍ନ ସାହୁ, ପ୍ରିନ୍ସ ରାକେଶ ନାୟକ, ବିଜେଡି ବ୍ଲକ୍‌ ସଭାପତି ଉମେଶ ମହାନ୍ତି, ବିଜେଡି ଯୁବ ସଭାପତି ଭାରତ ବିଜୟ ଦଳେଇଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଏସ୍‌ପି ବରୁଣ ଗୁଣ୍ଠୁପାଲୀ, ପିଡି ସୂରଜ ଦତ୍ତ, ପ୍ରଶାସନିକ ଅଧିକାରୀ ରାମଦାସ ଟୁଡୁ, ତହସିଲଦାର ଦୀପକ ଦାସ, ବିଡିଓ ବନବିହାରୀ ଦିନ୍ଦା, ଏବିଡିଓ ଶର୍ମିଷ୍ଠା ମଲ୍ଲିକ, ଅତିରିକ୍ତ ତହସିଲଦାର ସାଇ ସିଲୋନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe