ଏସ୍‌ଏଲ୍‌ସି ପାଇଁ ଲାଞ୍ଚ ମାଗିବା ମହଙ୍ଗା ପଡ଼ିଲା: ନିଲମ୍ବିତ ହେଲେ ବେଲପଦର ପ୍ରଧାନ ଶିକ୍ଷୟିତ୍ରୀ

Advertisment
ବୁଢ଼ାବୁଢ଼ୀଙ୍କ ଭତ୍ତାଟଙ୍କା ଖାଇ ୫ ନିଲମ୍ବିତ

Kashmir Observer

ମୁରିବାହାଲ : ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର (ଏସ୍‌ଏଲ୍‌ସି) ପାଇଁ ଦୁଇଶହ ଟଙ୍କା ଲାଞ୍ଚ ମାଗିବା ମହଙ୍ଗା ପଡିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ ସିରୋଲ କ୍ଲଷ୍ଟର ବେଲପଦର ୟୁପିସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ମିନା ମିଶ୍ରଙ୍କୁ। ଲାଞ୍ଚ ନେବା ବେଳର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ଓ ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ ଭାରପ୍ରାପ୍ତ ବିଇଓ ପ୍ରବୀର ପଣ୍ଡା ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ସୂଚନା ଦେଇଛନ୍ତି।

ପ୍ରକାଶ ଯେ ଗତ ୧୦ ତାରିଖ ଦିନ ବେଲପଦର ଗ୍ରାମର ସିଦ୍ଧାନ୍ତ ମାଝୀ ତାଙ୍କ ଭଉଣୀ ମନୀଷା ଭୋଇଙ୍କ ଏସ୍‌ଏଲ୍‌ସି ଆଣିବାକୁ ସ୍କୁଲକୁ ଯାଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ମିନା ମିଶ୍ର ଏଥିପାଇଁ ୨ ଶହ ଟଙ୍କା ମାଗିଥିଲେ। ସାଙ୍ଗରେ ଯାଇଥିବା ଜଣେ ଲୋକକୁ ଦୁଇଶହ ଟଙ୍କା ମାଗି ସେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଦେଇଥିଲେ। ଦୁଇ ଶହ ଟଙ୍କା ଲାଞ୍ଚ ନେବା ସମୟର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଅଭିଭାବକମାନେ ବିଇଓଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଶ୍ରୀମତୀ ମିଶ୍ରଙ୍କୁ ପ୍ରଥମେ କୈଫିୟତ ତଲବ କରାଯାଇଥିଲା। ପରେ ନିଲମ୍ବନ କରାଯାଇଛି ବୋଲି ବିଇଓ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe