ବର୍ଷକରେ ସରିବ ବେଣାପୁର ବାଇପାସ ଓରଭବ୍ରିଜ୍‌

Advertisment
ବର୍ଷକରେ ସରିବ ବେଣାପୁର ବାଇପାସ ଓରଭବ୍ରିଜ୍‌

କୋରେଇ: ବହୁ ଦିନର ଦାବି ପରେ ୨୦ ନମ୍ବର ଜାତୀୟ ରାଜପଥ ଧନେଶ୍ବର ନିକଟସ୍ଥ ବେଣାପୁର ବାଇପାସ୍‌ ଉପରେ ଓଭର ବ୍ରିଜ୍ ନିର୍ମାଣ ହେବ। ଏଥିପାଇଁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ୧୫ କୋଟି ୩୩ ଲକ୍ଷ ୬୨ ହଜାର ଟଙ୍କା ମଞ୍ଜୁର ହୋଇଛି। ଆଜି ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଓ କୋରେଇ ବିଧାୟକ ଅଶୋକ ବଳ ଯୋଗଦେଇ ଏହାର ଶିଳାନ୍ୟାସ କରିଛନ୍ତି।

ଆୟୋଜିତ ସାଧାରଣ ସଭାରେ ରାଜପଥ ବିଭାଗର ଅଦୂରଦର୍ଶୀ ପଦକ୍ଷେପକୁ ନେଇ କେନ୍ଦ୍ର ସରକାରଙ୍କୁ ସାଂସଦ ସମାଲୋଚନା କରିଥିଲେ। ବେଣାପୁର ବାଇପାସରେ ପ୍ରଥମରୁ ଓଭର ବ୍ରିଜ୍ ନିର୍ମାଣ କରିବା ଆବଶ୍ୟକ ଥିଲାବୋଲି ଶ୍ରୀମତୀ ସେଠୀ କହିଥିଲେ। ଏନେଇ ବାରମ୍ବାର ସଂସଦରେ ଦାବି କରିବା ସହିତ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଆସନ୍ତା ଫେବ୍ରୁଆରି ପ୍ରଥମ ସପ୍ତାହରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ବର୍ଷକ ମଧ୍ୟରେ କାମ ସରିବ। ବାଇପାସ୍‌ର ପୂର୍ବକୁ ୬ଶହ ମିଟର ଓ ପଶ୍ଚିମକୁ ୬ଶହ ମିଟର ପୋଲ ନିର୍ମାଣ ହେବା ସହିତ ମୋଟ ୪ ମିଟର ଉଚ୍ଚର ବ୍ରିଜ୍ ହେବ ବୋଲି ରାଜପଥ ବିଭାଗର ଆବାସିକ ଯନ୍ତ୍ରୀ ଏଲ୍.ଡି ନାୟକ ଏବଂ ପ୍ରକଳ୍ପ ପରିଚାଳକ ସୁଧାଂଶୁ ଜେନା ସୂଚନା ଦେଇଥିଲେ। ବିଧାୟକ ଶ୍ରୀ ବଳ କହିଥିଲେ ଯେ କୋରେଇ ନିର୍ବାଚନମଣ୍ତଳୀର ପାଟୁଳୀ, ଦୁଲାଗାପାଟଣା, କୋରେଇଠାରେ ରେଳବିଭାଗ ପକ୍ଷରୁ ଉଭରବ୍ରିଜ୍ ନିର୍ମାଣର ଆବଶ୍ୟକତା ରହିଛି। ବର୍ଷକ ମଧ୍ୟରେ କାମ ଶେଷ ନହେଲେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ସେ ଚେତାଇ ଦେଇଥିଲେ।

୧୫ କୋଟି ୩୩ ଲକ୍ଷ ୬୨ ହଜାର ଟଙ୍କା ମଞ୍ଜୁର

୧୨୦୦ ମିଟରର ପୋଲ କାମର ଶିଳାନ୍ୟାସ

ବିଜେଡି ଯୁବନେତା ପ୍ରୀତିରଂଜନ ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ସାଧାରଣ ସଭାରେ ଜିଲ୍ଲାପରିଷଦ ସଭାପତି ନଳୀନିପ୍ରଭା ଜେନା, ଜିଲ୍ଲାପରିଷଦ ସଭ୍ୟା ସସ୍ମିତା ତରେଇ, କୋରେଇ ବ୍ଲକ୍ ଅଧ୍ୟକ୍ଷା ଜୟନ୍ତୀ ଦଳେଇ, ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ, ଜହ୍ନା ସରପଞ୍ଚ ସଂଯୁକ୍ତା ସାହୁ, ସମିତିସଭ୍ୟା ହେମଲତା ପାଢ଼ୀ, କନ୍ତୋର ସରପଞ୍ଚ ପ୍ରିୟଙ୍କା ବରାଳ, ପଥରପଦା ସରପଞ୍ଚ ମଧୁସ୍ମିତା ବାରିକ, ଧନେଶ୍ବର ସରପଞ୍ଚ ଶ୍ୟାମସୁନ୍ଦର ମାଝି, ବିଧାୟକଙ୍କ ପ୍ରତିନିଧି ତାରକେଶ୍ବର ମହାନ୍ତି, ବ୍ଲକ୍ ବିଜେଡି ସଭାପତି ଭକ୍ତବତ୍ସଳ ସ୍ବାଇଁ, ରାକେଶ କୁମାର ମହାନ୍ତି, ସନ୍ତୋଷ କୁମାର ବେହେରା, ସୂର୍ଯ୍ୟମଣି ପଣ୍ତା, ଦାମସୁନ୍ଦର ପାଢ଼ୀ, ରମେଶ ପାଢ଼ୀ, ରମେଶ ସାହୁ, ପୀତାମ୍ବର ସାହୁ, ସଦାଶିବ ପାଢ଼ୀ, ସ୍ମୃତିରଂଜନ ପତ୍ରୀ, ଅଥୟ କୁମାର ମହାନ୍ତି, ନାରାୟଣ ବୋଇତାଇ, କାର୍ତ୍ତିକ ନାୟକ, ନାରାୟଣ ସାହୁ, ରସାନନ୍ଦ ସାହୁ, ଜଗବନ୍ଧୁ ବେହେରା, ନିମାଇଁ ପାଳ, କୃଷ୍ଣଚନ୍ଦ୍ର ବେହେରା, ନାରାୟଣ ବେହରା, ଭୋଦେବ ମହାନ୍ତି, ସତ୍ୟବ୍ରତ ନାୟକ, ଅପନା ସାହୁ, ସୁରେଖା ସେଠୀ, ରଂଜନ ଦାସ, ସଦାଶିବ ରାଉତ, ଆଲୋକ ମହାନ୍ତି, ରାମଚନ୍ଦ୍ର ରାଉତ, ବିଜୟ ରାଉତ ଉପସ୍ଥିତ ଥିଲେ। ବିଜେଡି କୃଷକ ସେଲ୍ ସଭାପତି ବଳରାମ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe