ବଡରମ୍ପାସରେ ହିତାଧିକାରୀ ମିଳୁନି ଚାଉଳ, ଡିପୁ ଘେରିଲେ ଗ୍ରାମବାସୀ

Advertisment
ବଡରମ୍ପାସରେ ହିତାଧିକାରୀ ମିଳୁନି ଚାଉଳ, ଡିପୁ ଘେରିଲେ ଗ୍ରାମବାସୀ

ହାଟଡିହି : ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତ ହିତାଧିକାରୀଙ୍କୁ ଠିକ ଭାବରେ ରାସନ ଚାଉଳ ଯୋଗାଇ ଦିଆଯାଉ ନଥିବାରୁ ହିତାଧିକାରୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗୁରୁବାର ଅସନ୍ତୁଷ୍ଟ ହିତାଧିକାରୀମାନେ ଡିପୋକୁ ଘେରାଉ କରିଥିଲେ।

ଅଭିଯୋଗ ଅନୁଯାଇ କେନ୍ଦ୍ର ସରକାର ସେପ୍ଟମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ତିନିମାସର ଫ୍ରି ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦେଇଥିବାବେଳେ ବଣ୍ଟନ ଦାୟିତ୍ୱରେ ଥିବା ଏସଏସଜି ଗ୍ରୁପ ଠିକ ଭାବରେ ତାହାକୁ ବାଣ୍ଟୁ ନାହିଁ । ହିତାଧିକାରୀମାନେ ଚାଉଳ ପାଇଁ ଆସିବା ବେଳକୁ ଚାଉଳ ନଥିବାରୁ ଫେରିଯିବାକୁ ବାଧ୍ୟ ହେଉଛନ୍ତି । ବାରମ୍ବାର ଆସିବା ଦ୍ୱାରା ସେମାନଙ୍କର ଗୋଟିଏ ଗୋଟିଏ ଦିନ ନଷ୍ଟ ହେଉଛି । ଏପରିକି କିଛି ହିତାଧିକାରୀ ୫/୬ମାସର ଚାଉଳ ପାଇ ନଥିବା ହିତାଧିକାରୀ ଆନନ୍ଦ ନାୟକ ଅଭିଯୋଗ କରିଛନ୍ତି । ତାଙ୍କ ରାସନକାର୍ଡକୁ ଡିଲର ରଖିଦେଇଥିବା ବେଳେ ଦିନ ଗଡ଼ାଉଛନ୍ତି।

ବର୍ଦ୍ଧନପୁର ଗ୍ରାମବାସୀଙ୍କ ଅନଲାଇନ ମାଧ୍ୟମରେ ଚାଉଳ ବଣ୍ଟନର ଟିପ ଓ ଆଖିଛାପ ଆଣି ସାରିଥିଲେ ମଧ୍ୟ ୧୫ଦିନ ହେବ ଆଉ ଚାଉଳ ଦେବାର ନାଁ ଧରୁ ନାହାଁନ୍ତି । ଆଜି ଚାଉଳ ପାଇଁ ଡାକି ଥିଲେବି ଆବଶ୍ୟକ ପରିମାଣର ଚାଉଳ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଦେବକୀ ସା, ରବୀନ୍ଦ୍ର କୁମାର ସା, ପ୍ରହଲାଦ ଯେନା, ରମେଶ ଚନ୍ଦ୍ର ଯେନା, ଗୋପାଳ ଚନ୍ଦ୍ର ପରିଡା, ଅଙ୍କୁର ଯେନା, ବୁଦରାମ ସା, ଦୟାନିଧି ସା, ଘନଶ୍ୟାମ ସା, ସନାତନ ସା, ଚିନ୍ତାମଣି ଜେନା, ଦେବନ୍ଦ୍ର ଜେନା, ନରେନ୍ଦ୍ର ଜେନା, ହରିହର ଜେନା, ରବୀନ୍ଦ୍ର କୁମାର ଜେନା, ଅକ୍ଷୟ କୁମାର ଯେନା, ପବିତ୍ର କୁମାର ଯେନା, ପଦ୍ମନାଭ ଯେନା, ଗାଙ୍ଗୁଲି ଯେନା, ସୁଦର୍ଶନ ଯେନା, ନିରାକାର ପରିଡା, ଗୌରହରି ପରିଡା, ପୀତାମ୍ବର ଯେନା, ଶଶିଭୂଷଣ ଯେନା, ମାୟାଧର ଖୁଣ୍ଟିଆ, ଭଗବାନ ଖୁଣ୍ଟିଆଙ୍କ ସମେତ ଶହଶହ ହିତାଧିକାରୀ ଚାଉଳ ବଣ୍ଟନକୁ ବନ୍ଦ କରିବା ସହିତ ସମସ୍ତ ହିତାଧିକାରୀଙ୍କୁ ଚାଉଳ ପାଇଁ ଦାବି କରିଥିଲେ।

ଏ ସମ୍ପର୍କରେ ବଣ୍ଟନ ଦାୟିତ୍ୱରେ ଥିବା ବୈତରଣୀ ସ୍ୱାମୀ ବିବେକାନନ୍ଦ ଏସଏସଜି ଗ୍ରୁପର କର୍ମକତ୍ତା ନାରାୟଣ ଚନ୍ଦ୍ର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପଞ୍ଚାୟତର ବଣ୍ଟନ ଦାୟିତ୍ୱ ଦିଆଯାଇଥିବାବେଳେ ଚାଉଳ ଯୋଗାଉଥିବା ଠିକାଦାର ଠିକ ସମୟରେ ଚାଉଳ ଦେଉନାହାନଁନ୍ତି। ଫଳରେ ବଣ୍ଟନରେ ଅସୁବିଧା ଦେଖା ଦେଉଛି। ଏହି ରିଟେଲର ସେଣ୍ଟର ପାଇଁ ୨୨୫କୁଇଣ୍ଟାଲ ଚାଉଳ ଓ ୯୦କୁଇଣ୍ଟାଲ ଗହମ ଦେବାକୁ ଥିବାବେଳେ ଦିନେ ୯୦କୁଇଣ୍ଟାଲ ଚାଉଳ ଦେଉଛନ୍ତି ତ ପୁଣି ୮ଦିନ ପରେ ଆଉ ୬୦କୁଇଣ୍ଟାଲ ଚାଉଳ ଦେଉଛନ୍ତି। ଆଜି ପର୍ଯ୍ୟନ୍ତ ମାତ୍ର ୨୦କୁଇଣ୍ଟାଲ ଗହମ ଯୋଗାଇ ଦେଇଛନ୍ତି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଯୋଗାଣ ବିଭାଗ ଅଧିକାରୀ ଶ୍ୟାମ ମାଝୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ଆଜି ଏଖବର ପାଇଛୁ, ତୁରନ୍ତ ଏହି ସମାଧାନ କରି ଠିକ ଭାବରେ ହିତାଧିକାରୀଙ୍କୁ ଚାଉଳ, ଗହମ ବଣ୍ଟନ କରିବୁ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe