ପୁରୀରେ ହେବ ବଙ୍ଗବାସୀଙ୍କ ଅତିଥି ଭବନ, ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମମତା ବାନାର୍ଜୀ

Advertisment

ଜମିଦେଇଛନ୍ତି ଓଡ଼ିଶା ସରକାର, ପୁରୀ ପ୍ରଶାସନର ପ୍ରସ୍ତୁତି ବୈଠକ

ଜମିଦେଇଛନ୍ତି ଓଡ଼ିଶା ସରକାର, ପୁରୀ ପ୍ରଶାସନର ପ୍ରସ୍ତୁତି ବୈଠକ

ମମତାଙ୍କୁ ଦୁର୍ନୀତିର ରାଣୀ ମହୁମାଛି କହିଲେ ଶୁଭେନ୍ଦୁ ଅଧିକାରୀ

Deccan Herald

ପୁରୀ : ପୁରୀରେ ହେବ ବଙ୍ଗାଳି ପର୍ଯ୍ୟଟକଙ୍କ ବିଶାଳ ଅତିଥି ଭବନ। ଏନେଇ ଓଡ଼ିଶା ସରକାର ବଳିଆପଣ୍ଡା ନିକଟରେ ଜମି ଯୋଗାଇ ଦେଇଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏହି ଭବନ ନିର୍ମିତ ହେବ। ଆସନ୍ତା ୨୨ ତାରିଖରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆସୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଅତିଥି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବାନାର୍ଜୀଙ୍କ ପୁରୀ ଗସ୍ତ ପ୍ରସଙ୍ଗକୁ ନେଇ ଏଭଳି ସୂଚନା ଦେଇଛନ୍ତି।

ମହାପ୍ରଭୁଙ୍କ ବାଡ଼ଗ୍ରାହୀ ଶ୍ରୀ ସ୍ବାଇଁ ମହାପାତ୍ର ମମତା ବାନାର୍ଜୀଙ୍କ ପାଇଁ ବିଭିନ୍ନ ସମୟରେ ପୂଜାର୍ଚ୍ଚନା କରିଆସୁଥିବା ବେଳେ ମମତାଙ୍କ ୩ ଦିନିଆ ଗସ୍ତ ସମ୍ପର୍କରେ ସମ୍ୟକ୍‌ ସୂଚନା ପ୍ରଦାନ କରିଛନ୍ତି। ତାଙ୍କ ସୂଚନା ମୁତାବକ, ଆସନ୍ତା ୨୨ ତାରିଖ ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରୀରେ ପହଞ୍ଚି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସହିତ ପୂଜାର୍ଚ୍ଚନା କରିବେ। ଭିତରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ମା’ ମହାଲକ୍ଷ୍ମୀ ଓ ମା’ ବିମଳାଙ୍କୁ ଦର୍ଶନ କରିବେ। ପତିତପାବନ ବାନା ଦର୍ଶନ ସହ ନବଗ୍ରହଙ୍କୁ ଦର୍ଶନ କରିବେ। ପରେ ବେଢ଼ା ପରିକ୍ରମା କରିବେ। ସେଦିନ ମନ୍ଦିରରେ ଦର୍ଶନ କରିବା ସହ ବଙ୍ଗାଳି ପର୍ଯ୍ୟଟକଙ୍କ ଲାଗି ପରିକଳ୍ପିତ ଅତିଥି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଥିବାରୁ ଶ୍ରୀମତୀ ବାନାର୍ଜୀ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଫେରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏକ ବୈଠକରେ ଯୋଗଦେଇ ସମ୍ଭବତଃ ତୃତୀୟ ମେଣ୍ଟ ବାବଦରେ ଆଲୋଚନା କରିପାରନ୍ତି ବୋଲି ଶ୍ରୀ ସ୍ବାଇଁ ମହାପାତ୍ର କହିଛନ୍ତି। ମମତାଙ୍କ ଗସ୍ତକୁ ନେଇ ଆଜି ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ‌ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe