ଶ୍ରୀମନ୍ଦିରରେ ବେଣ୍ଟଯାତ୍ରା ଆରମ୍ଭ

Advertisment

ବେଣ୍ଟ ଶିକାର କଲେ ରାମଚନ୍ଦ୍ର

ବେଣ୍ଟ ଶିକାର କଲେ ରାମଚନ୍ଦ୍ର

ଶ୍ରୀମନ୍ଦିରରେ ବେଣ୍ଟଯାତ୍ରା ଆରମ୍ଭ

ପୁରୀ : ପବିତ୍ର ବସନ୍ତ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ବେଣ୍ଟଯାତ୍ରା ନୀତି ଆରମ୍ଭ ହୋଇଛି। ପ୍ରଭୁ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଶନିବାର ଦିନ ସୁସଜ୍ଜିତ ବିମାନରେ ଶ୍ରୀମନ୍ଦିରରୁ ବାହାରି ଶ୍ରୀଜଗନ୍ନାଥ ବଲ୍ଲଭରେ ପହଞ୍ଚିବା ପରେ ବେଣ୍ଟବିନ୍ଧା ନୀତି ସମ୍ପନ୍ନ ହୋଇଛି।

ବୈଷ୍ଣବଙ୍କ ମତରେ ଏହା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବନ ଗମନ ସମୟର କଥା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ଭାବେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହକୁ ଶ୍ରୀଜଗନ୍ନାଥ ବଲ୍ଲଭ ପରିସର ବେଣ୍ଟ ପୋଖରୀ ନିକଟକୁ ନିଆଯାଇଥିଲା। ସେଠାରେ ପ୍ରଭୁ ରାମଚନ୍ଦ୍ର ବେଣ୍ଟ ଶିକାର କରିଥିଲେ। ବେଣ୍ଟ ପୋଖରୀରେ ମିରିଗ ଭାବେ ପଇଡ଼ ଓ କସ୍ତୁରୀ ପୁଡ଼ିଆ ରଖାଯାଇଥିଲା। ପ୍ରଭୁ ରାମଚନ୍ଦ୍ରଙ୍କ ତୀର ସଂଯୋଗ ପୂର୍ବକ ବେଣ୍ଟ ବିନ୍ଧା ଓ ବେଣ୍ଟ ଶିକାର ନୀତି ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଶ୍ରୀଜିଉଙ୍କ ସନ୍ଧ୍ୟାଧୂପ ପରେ ମା’ ସରସ୍ବତୀଙ୍କ ମନ୍ଦିରରେ ପାଞ୍ଜି ପୂଜା କରାଯାଇଥିଲା। ସୂଚନାଯୋଗ୍ୟ ଆଜିଠାରୁ ଆରମ୍ଭ ହୋଇଥିବା ବେଣ୍ଟ ଶିକାର ଯାତ୍ରା ଆସନ୍ତା ଦୋଳ ପୂର୍ଣ୍ଣିମାରେ ଶେଷ ହେବ।

ମା’ ଲକ୍ଷ୍ମୀଙ୍କ ପାଇଁ ସୁନା ଅଳଙ୍କାର ଦାନ

publive-image

ପୁରୀ :‌ ମହାଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ଶନିବାର ଦିନ ଜଣେ ଦାତା ଶ୍ରୀମନ୍ଦିର ପ୍ରଶାସନକୁ ସୁନା ଅଳଙ୍କାର ଦାନ କରିଛନ୍ତି। ସେ ଅଳଙ୍କାରରେ ୧ ହଳ ସୁନା ପେଣ୍ଡି ଏବଂ ଗୋଟିଏ ସୁନାହାର ଦାନ କରିଛନ୍ତି। ଯାହାର ଓଜନ ୧୦୨ ଗ୍ରାମ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି। ଦାତା ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କୁ ଭେଟି ଏହି ସୁନା ଅଳଙ୍କାର ଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe