ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ବିଇଓ ଅଫିସ୍ର ଆକାଉଣ୍ଟାଣ୍ଟ ଅରୁଣ କୁମାର ପାଢ଼ୀ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କଣ୍ଡେଇକେଲା କ୍ଲଷ୍ଟର୍ ସିଆର୍ସିସି ସତ୍ୟନାରାୟଣ ବେହେରା ଓ ଅନ୍ୟ ୯ ଜଣ ଶିକ୍ଷକଙ୍କ ଇନ୍କ୍ରିମେଣ୍ଟ ବିଲ୍ ପାସ୍ କରିଦେବା ପାଇଁ ଶ୍ରୀ ପାଢ଼ୀ ୬ ହଜାର ଟଙ୍କା ଦାବି କରିଥିଲେ। ଏ ସଂପର୍କରେ ଅଭିଯୋଗକାରୀ ସିଆର୍ସିସି ଶ୍ରୀ ବେହେରାଙ୍କ ଅଭିଯୋଗକୁ ଭିତ୍ତି କରି ଆଜି ଝାରସୁଗୁଡ଼ା ଭିଜିଲାନ୍ସ ବିଭାଗ ଡିଏସ୍ପି ଦିଲ୍ଲୀପ କୁମାର କରଙ୍କ ନେତୃତ୍ବରେ ଏକ ଟିମ୍ ଲଖନପୁଠାରେ ଅଭିଯୁକ୍ତ ଶ୍ରୀ ପାଢ଼ୀଙ୍କୁ ଟଙ୍କା ଦେଲା ସମୟରେ ଚଢ଼ଉ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us