ପ୍ରଧାନ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ

Advertisment

ଘରୁ ମିଳିଲା ନଗଦ ୧୧.୯୨ ଲକ୍ଷ ଟଙ୍କା

ଘରୁ ମିଳିଲା ନଗଦ ୧୧.୯୨ ଲକ୍ଷ ଟଙ୍କା

ପ୍ରଧାନ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ

ହିନ୍ଦୋଳ: ପ୍ରଧାନ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ ମଲ୍ଲିକ। ଭିଜିଲାନ୍ସ ପକ୍ଷରୁ ଆଜି ଏକକାଳୀନ ୩ଟି ସ୍ଥାନରେ ଚଢ଼ଉ କରାଯାଉଥିବା ଜଣାଯାଇଛି। ତାଙ୍କର ଭଦ୍ରକ ଓ ହିନ୍ଦୋଳ ଘରୁ ନଗଦ ୧୧.୯୨ ଲକ୍ଷ ଟଙ୍କା ମିଳିଛି।

publive-image

ବ୍ଲକ ଶିକ୍ଷାଧିକାରୀଙ୍କ ସଂପତ୍ତି

-ଭଦ୍ରକ ସହରର କୁଆସରେ ଦୁଇ ମହଲା କୋଠା
- ଭଦ୍ରକ ସହରରେ ୩ଟି ପ୍ଲଟ୍‌
-୧୦ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଡିପୋଜିଟ୍‌
-ଏକ ଚାରି ଚକିଆ ବାହାନ (ହୁଣ୍ଡାଇ ଆଇ୨୦ ଆସ୍ତା), ଏକ ଦୁଇ ଚକିଆ ଗାଡ଼ି

ଘଟଣାରୁ ପ୍ରକାଶ ଗତ ଦୁଇ ମାସ ତଳେ ହିନ୍ଦୋଳ ବ୍ଲକ ବ୍ରହ୍ମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣାକ୍ରମେ ବିଦ୍ୟାଳୟର ଜଣେ ଛାତ୍ର ବିଦ୍ୟାଳୟ ସମୟରେ ବାହାରକୁ ଶୌଚ ହେବାକୁ ଯାଇଥିଲା। ଏହି ସମୟରେ ଏକ ଖୋଳା ହୋଇଥିବା ନୂଆ କୂଅରେ ପଡ଼ି ମୃତ୍ୟୁବରଣ କରିଥିଲେ। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ବୈତ ସାମଲଙ୍କୁ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ ମଲ୍ଲିକ ତାଙ୍କୁ ନିଲମ୍ବିତ କରିଥିଲେ। ପରେ ତାଙ୍କଠାରୁ ବିଭିନ୍ନ ସମୟରେ ପଇସା ନେଉଥିଲେ। ଏଥିସହ ତାଙ୍କୁ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ ବୋଲି ଅଭିଯୋଗ ହୋଇଛି।

ଏଥିରେ ଅତିଷ୍ଠ ହୋଇ ପ୍ରଧାନ ଶିକ୍ଷକ ଅଦ୍ବୈତ ସାମଲ କଟକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ଅନୁଯାୟୀ ଆଜି ସକାଳୁ ବ୍ଲକ ଶିକ୍ଷାଧିକାରୀ କୁକୁଟା ଛକରେ ରହୁଥିବା ଭଡ଼ାଘରେ ଶିକ୍ଷକ ଅଦ୍ବୈତ ସାମଲ ବ୍ଲକ ଶିକ୍ଷାଧିକାରୀଙ୍କୁ ଦଶ ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ଆଜି ଏକ ସମୟରେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ ମଲ୍ଲିକଙ୍କ ଭଡ଼ା ଘର ସମେତ କାର୍ଯ୍ୟାଳୟ ଓ ଭଦ୍ରକ ବାସଭବନରେ ଚଢ଼ଉ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe