ବିଇଓ ଅଫିସ୍‌ ଆକାଉ‌ଣ୍ଟାଣ୍ଟଙ୍କ କେଳେଙ୍କାରୀ ଘଟଣା: ବିଇଓ ଅଫିସ୍‌ ସବୁ କର୍ମଚାରୀଙ୍କୁ ଭିଜିଲାନ୍ସର ଜେରା

Advertisment
ବିଇଓ ଅଫିସ ଟଙ୍କା ହଡ଼ପ ଘଟଣା: ଭିଜିଲାନ୍ସ ପକ୍ଷରୁ ଶୁଚିସ୍ମିତାଙ୍କୁ ମାରାଥନ ଜେରା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଇଓ ଅଫିସ୍‌ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆରଙ୍କ କେଳେଙ୍କାରୀ ଘଟଣାର ତଦନ୍ତ ଯେତିକି ଆଗକୁ ଯାଉଛି, ସେତିକି ଅର୍ଥ ହେରଫେରର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଶୁକ୍ରବାର ଦିନ ଭିଜିଲାନ୍ସ ପକ୍ଷରୁ ବିଇଓ ଅଫିସର ସମସ୍ତ କର୍ମଚାରୀଙ୍କୁ ଜେରା କରାଯାଇଥିବା ବେଳେ ଟାଉନ୍‌ ଥାନା ପୁଲିସ୍‌ ଅଫିସ୍‌ରେ ରଖିଥିବା ଶୁଚିସ୍ମିତାଙ୍କ ସ୍କୁଟିକୁ ଜବତ କରିଛି।

ହସ୍ତଗତ ସୂଚନା ଅନୁସାରେ, ଆକ୍ସିସ ବ୍ୟାଙ୍କରେ ଥିବା ବିଇଓ ଅଫିସର ବ୍ୟାଙ୍କ ଆକାଉଣ୍ଟଙ୍କୁ ନେଇ ତଦନ୍ତ ଆରମ୍ଭ କରିଥିଲେ। ଏଥିରେ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜାଲିଆତି ହୋଇଥିବା ଅନୁମାନ କରାଯାଉଛି। ଏହାର ପରିମାଣ ଆଗକୁ ଆହୁରି ଢ଼େର ଅଧିକ ହେବା ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe