ବିଇଓ ଅଫିସ୍ ଆକାଉଣ୍ଟାଣ୍ଟଙ୍କ ଟଙ୍କା ହଡ଼ପ ଘଟଣା: ଶୁଚିସ୍ମିତାଙ୍କୁ ରିମାଣ୍ଡରେ ଆଣିଲା ପୁଲିସ୍‌

Advertisment

ବନାରସରେ ଆତ୍ମଗୋପନ କରିଥିଲେ

ବନାରସରେ ଆତ୍ମଗୋପନ କରିଥିଲେ

ବିଇଓ ଅଫିସ୍ ଆକାଉଣ୍ଟାଣ୍ଟଙ୍କ ଟଙ୍କା ହଡ଼ପ ଘଟଣା: ଶୁଚିସ୍ମିତାଙ୍କୁ ରିମାଣ୍ଡରେ ଆଣିଲା ପୁଲିସ୍‌

ETV Bharat

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଇଓ ଅଫିସ୍‌ର ପୂର୍ବତନ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆରଙ୍କୁ ଆଜି ଟାଉନ ଥାନା ପୁଲିସ୍‌ ଗୋଟିଏ ଦିନ ପାଇଁ ରିମାଣ୍ଡରେ ଆଣିଥିଲା। ଦିନ ତମାମ ମାରାଥନ ଜେରା ପରେ ପୁଲିସ୍‌ ପୁଣି ତାଙ୍କୁ ଜେଲ୍‌କୁ ପଠାଇ ଦେଇଛି। ଶୁଚିସ୍ମିତା ସୁଆର ଫେରାର ହେବା ପରେ ବନାରସରେ ସମ୍ପର୍କୀୟଙ୍କ ଘରେ ଆତ୍ମଗୋପନ କରିଥିଲେ। ସମସ୍ତ ଟଙ୍କା ହଡ଼ପ କରିଥିବା ଶୁଚିସ୍ମିତା ପୁଲିସ ଆଗରେ ସ୍ବୀକାର କରିଛି।

ଶୁଚିସ୍ମିତା ଏକ୍ସକ୍ୟାଡର ଶିକ୍ଷକଙ୍କ ‌ସେ​ପ୍ଟେମ୍ବର ଦରମା ଓ ଅନ୍ୟାନ୍ୟ ଅର୍ଥ ବାବଦକୁ ପ୍ରାୟ ୩୯ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡ଼ପ କରିଥିବା ପୁଲିସ ଆଗରେ ସ୍ବୀକାର କରିଛନ୍ତି। ସେ ଅକ୍ଟୋବର ୬ ତାରିଖ ନିଜ ସ୍କୁଟିକୁ ବିଇଓ ଅଫିସରେ ରଖି ଶିକ୍ଷକ ପୂର୍ଣ୍ଣଶଶି ମହାନ୍ତିଙ୍କ ସହାୟତାରେ ସଦର ଥାନା ନିକଟକୁ ଯାଇଥିଲେ। ସେଠାରୁ ପୂର୍ବରୁ ଜଗି ରହିଥିବା ଗାଡ଼ିରେ ‌ରାୟପୁର ଚାଲିଯାଇଥିଲେ। ରାୟପୁରରୁ ବିମାନ ଯୋଗେ ବନାରସ ଯାଇଥିଲେ। ବନାରସରେ ତାଙ୍କର ଜଣେ ନିକଟ ସମ୍ପର୍କୀୟଙ୍କ ଘରେ ଆତ୍ମଗୋପନ କରିଥିଲେ। ଆଜି ସକାଳ ୧୧ଟାରେ ଭବାନୀପାଟଣା ଟାଉନ ଥାନା ଇନ୍ସପେକ୍ଟର ରନିତାରାଣୀ ପ୍ରଧାନ ଜେଲ୍‌ରୁ ଶୁଚିସ୍ମିତାଙ୍କୁ ଗୋଟିଏ ଦିନ ପାଇଁ ରିମାଣ୍ଡରେ ଆଣିଥିଲେ। ଦିନ ତମାମ ମାରାଥନ ଜେରା ପରେ ଅପରାହ୍ନ ୪ଟାରେ ତାଙ୍କୁ ଜେଲ୍‌କୁ ପୁଣି ପଠାଇ ଦେଇଥିଲେ।

ଆଜି ଜେରା ବେଳେ ଟଙ୍କା ହଡ଼ପର ସମସ୍ତ କାରନାମା ପୁଲିସ ସମ୍ମୁଖରେ ପ୍ରକାଶ କରିଥିଲେ ଶୁଚିସ୍ମିତା। ଏଥିସହ ଏହି ଟଙ୍କା କାହାକୁ ପ୍ରଦାନ କରିଥିଲେ ଏହାର ଏକ ଲମ୍ବା ତାଲିକା ଦେଇଥିଲେ। ସେହିଭଳି ଟଙ୍କା ହଡ଼ପ ପଛରେ କେଉଁମାନେ ସହଯୋଗ କରିଥିଲେ ପୁଲିସ ଆଗରେ ବଖାଣିଥିଲେ। ପୂର୍ବରୁ ଏହି ଘଟଣାରେ ୩ ଜଣ ସହଯୋଗକାରୀ ଗିରଫ ହୋଇ ଜେଲ୍‌ ଯାଇଛନ୍ତି। ଭିଜିଲାନ୍ସ କେବେ ତାଙ୍କୁ ରିମାଣ୍ଡରେ ନେଉଛି ସେନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe