ବରଗଡ଼/ପଦ୍ମପୁର: ରାଜନେତାଙ୍କ ସହ କୋଳାକୋଳି ହୋଇ ଫଟୋ ସେୟାର୍ କରିବା ମହଂଗା ପଡ଼ିଛି। ତାହା ପୁଣି ପଦ୍ମପୁର ଉପନିର୍ବାଚନ ବେଳେ। ନିର୍ବାଚନ ଆଚରଣବିଧି ଉଲଂଘନ ଅଭିଯୋଗରେ ପଦ୍ମପୁର ବ୍ଲକ୍ର ଭାରପ୍ରାପ୍ତ ବିଇଓ କାଳୀଚରଣ ଦୁବେଙ୍କୁ ନିଲମ୍ବନ କରାଯାଇଛି। ଉପନିର୍ବାଚନ ସମୟରେ ଶ୍ରୀ ଦୁବେ ପ୍ରଧାନଶିକ୍ଷକଙ୍କୁ ନେଇ ଥିବା ହ୍ବାଟ୍ସଅପ୍ ଗ୍ରୁପ୍ରେ ଦୁଇଟି ଫଟୋ ସେୟାର୍ କରିଥିଲେ।
ଗୋଟିଏ ଫଟୋରେ ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଛିଡ଼ା ହୋଇଥିବା ଏବଂ ଅନ୍ୟଟିରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୋଳାଇଥିବା ପୋଜ୍ ରହିଛି। ଏହି ଦୁଇଟି ଫଟୋ କ୍ରମଶଃ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଜିଲ୍ଲାପାଳ ଏନେଇ ରାଜ୍ୟ ନିର୍ବାଚନ କମିସନ୍ଙ୍କ ପାଖକୁ ଚିଠି ଲେଖି ମାମଲା ସଂପର୍କରେ ଜଣାଇଥିଲେ। ପରେ ନିର୍ବାଚନ କମିସନର ବରଗଡ଼ ଡିଇଓ ଶ୍ରୀ ଦୁବେଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
Follow Us