ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବନ୍ଧାହେଲେ ବ୍ରହ୍ମପୁର ଡିଏଫ୍‌ଓ, ଦେଢ଼କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠାବ

Advertisment

ବ୍ରହ୍ମପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ସେଲ୍‌ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) ଆଶିଷ କୁମାର ବେହେରାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ସେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତରେ ରହିବେ। ତାଙ୍କର ମୋଟ ସ୍ଥାବର ଅସ୍ଥାବର ସମ୍ପତ୍ତି ୨କୋଟି ୧୯ଲକ୍ଷ ୩୭ହଜାର ୧୬୫ଟଙ୍କା ରହିଥିବାବେଳେ ତନ୍ମଧ୍ୟରୁ ୧ କୋଟି ୬୦ଲକ୍ଷ ଟଙ୍କା ଆୟ ବହିର୍ଭୂତ ରହିଥିବା ନେଇ ଭିଜିଲାନ୍ସ ବିଭାଗ ଆକଳନ କରିଛି।

ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କଟକ ଭିଜିଲାନ୍ସ ବିଭାଗ ଡିଏଫ୍‌ଓ ଆଶିଷଙ୍କ ବ୍ରହ୍ମପୁର କୋର୍ଟପେଟା ସ୍ଥିତ କାର୍ଯ୍ୟାଳୟ, ସରକାରୀ ଘର ସମେତ ୯ଟି ସ୍ଥାନରେ ଚଢ଼ାଉ କରିଥିଲା। ୧୯ ଓ ୨୦ତାରିଖ ଦୁଇଦିନ ଧରି ଯାଞ୍ଚ ଚାଲିଥିଲା। ଏହାପରେ ଭିଜିଲାନ୍ସ ବିଭାଗ ଡିଏଫ୍‌ଓ ଆଶିଷ ଓ ତାଙ୍କ ପରିବାର ବର୍ଗଙ୍କ ନାଁରେ ରହିଥିବା ସମ୍ପତ୍ତିର ତାଲିକା ପ୍ରସ୍ତୁତ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe