ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ‘ଶଲାବୁଢ଼ାର ବଦଲା’ ଓ ‘କାଲିର ଅତୀତ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

‘ଶ୍ରୀକ୍ଷେତ୍ରରୁ ସାହିଜାତ’କୁ ଶ୍ରେଷ୍ଠ କଳା-ସଂସ୍କୃତି ଚଳଚ୍ଚିତ୍ର ପୁରସ୍କାର

ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ‘ଶଲାବୁଢ଼ାର ବଦଲା’ ଓ  ‘କାଲିର ଅତୀତ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

ନୂଆଦିଲ୍ଲୀ : ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା କରାଯାଇଛି। ଏହି ପୁରସ୍କାର ଓଡ଼ିଶା ଲାଗି ଆଣିଛି ଖୁସି ଖବର। ଆଞ୍ଚଳିକ ଭାଷା‌ରେ ଦିଆଯାଉଥିବା ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଯୁଗ୍ମ ଭାବେ ପୁରସ୍କାର ଲାଗି ମନୋନୀତ ହୋଇଛି ଡ.ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଶଲାବୁଢ଼ାର ବଦଲା’ ଏବଂ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ‘କାଲିର ଅତୀତ’।

ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରାଯାଇଛି। ସେହିପରି ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଅଣ-ଫିଚର ବର୍ଗରେ ଶ୍ରେଷ୍ଠ କଳା-ସଂସ୍କୃତି ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି ଓଡ଼ିଆ ପ୍ରାମାଣିକ ଛବି ‘ଶ୍ରୀକ୍ଷେତ୍ରରୁ ସାହିଯାତ’। ଏହାର ପ୍ରଯୋଜନା କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି ଆଶୁତୋଷ ପଟ୍ଟନାୟକ।

ଡ. ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଶଲାବୁଢ଼ାର ବଦଲା’ ତାଙ୍କର ପୂର୍ବ ଚଳଚ୍ଚିତ୍ର ‘ଶଲାବୁଢ଼ା’ର ସିକ୍ବେଲ ହୋଇଥିବା ବେଳେ ନ୍ୟୁ ଜେନେରେସନ ଫିଲ୍ମସ ଏହାର ପ୍ରଯୋଜନା କରିଛନ୍ତି। ସେହିପରି ପାରିବେଶିକ ସଙ୍କଟର ଜନଜୀବନ ଉପରେ ପ୍ରଭାବ ଭଳି ଗୁରୁତ୍ବପୂର୍ଣ୍ଣ କଥାବସ୍ତୁ ଆଧାରିତ ନୀଳମାଧବ ପଣ୍ଡାଙ୍କ ‘କାଲିର ଅତୀତ’ ଏଲେନୋରା ଇମେଜେସ ପ୍ରାଇଭେଟ ଲିମିଟେଡ ଦ୍ବାରା ପ୍ରଯୋଜିତ ହୋଇଛି। ଅନ୍ୟ ପକ୍ଷରେ ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ଲୋକକଳା ଓ ସଂସ୍କୃତି ଉପରେ ଆଧାରିତ ଛବି ଶ୍ରୀକ୍ଷେତ୍ରରୁ ସାହିଜାତ ମଧ୍ୟ ଶ୍ରେଷ୍ଠ କଳା-ସଂସ୍କୃତି ଚଳଚ୍ଚିତ୍ର ଭାବେ ପୁରସ୍କୃତ ହେବା ଆନନ୍ଦର ବିଷୟ।

ଏହି ଖବର ପ୍ରକାଶ ପାଇବା ପରେ ଟୁଇଟ କରି ଫିଲ୍ମ ନିର୍ଦ୍ଦେଶକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe