ସଡ଼କ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ସମ୍ମାନ

Advertisment

ସଡ଼କ ସୁରକ୍ଷା କ୍ଷେତ୍ରରେ ପଦକ୍ଷେପ ନେବାରେ ଦେଶରେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶା ମନୋନୀତ ହୋଇଛି। ଦିଲ୍ଲୀରେ ଆୟୋଜିତ ଫିକି ଷଷ୍ଠ ସଡ଼କ ସୁରକ୍ଷା କନକ୍ଲେଭ ଅବସରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଓଡ଼ିଶା ପାଇଁ ଯୁଗ୍ମ ପରିବହନ କମିସନର...

ସଡ଼କ ସୁରକ୍ଷା କ୍ଷେତ୍ରରେ ପଦକ୍ଷେପ ନେବାରେ ଦେଶରେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶା ମନୋନୀତ ହୋଇଛି। ଦିଲ୍ଲୀରେ ଆୟୋଜିତ ଫିକି ଷଷ୍ଠ ସଡ଼କ ସୁରକ୍ଷା କନକ୍ଲେଭ ଅବସରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଓଡ଼ିଶା ପାଇଁ ଯୁଗ୍ମ ପରିବହନ କମିସନର...

sfsfsf

କଟକ: ସଡ଼କ ସୁରକ୍ଷା କ୍ଷେତ୍ରରେ ପଦକ୍ଷେପ ନେବାରେ ଦେଶରେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶା ମନୋନୀତ ହୋଇଛି। ଦିଲ୍ଲୀରେ ଆୟୋଜିତ ଫିକି ଷଷ୍ଠ ସଡ଼କ ସୁରକ୍ଷା କନକ୍ଲେଭ ଅବସରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଓଡ଼ିଶା ପାଇଁ ଯୁଗ୍ମ ପରିବହନ କମିସନର (ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତିଙ୍କୁ ସମ୍ମାନିତ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଓଡ଼ିଶାକୁ ସମ୍ମାନିତ କରିବା ସହିତ ରାଜ୍ୟରେ ଏନ୍‌ଫୋର୍ସମେଣ୍ଟ, ରୋଡ୍ ଇଞ୍ଜିନିୟରିଂ ଉପରେ ଅଧିକ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି। ସରକାର ନିଜେ ସମସ୍ତ ଖର୍ଚ୍ଚ ବହନ କରି ରାଜ୍ୟରେ ଚାରିଟି ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବା ସହିତ ଗାଡ଼ି ଚାଳକମାନଙ୍କୁ ଦେଉଥିବା ପ୍ରଶିକ୍ଷଣ ପଦ୍ଧତି ଓ ସେଠାରୁ ପ୍ରଶିକ୍ଷିତ ଚାଳକମାନଙ୍କ ଶୂନ୍ୟ ଦୁର୍ଘଟଣା ରେକର୍ଡ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି। 

ଆୟୋଜିତ ଆଲୋଚନାଚକ୍ରରେ ଓଡ଼ିଶା ପକ୍ଷରୁ ଯୁଗ୍ମ ପରିବହନ କମିସନର ପ୍ରଦୀପ କୁମାର ମହାନ୍ତି ଭାଗ ନେଇଥିଲେ। ଏ ନେଇ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର କହିଛନ୍ତି ଯେ ବାଣିଜ୍ୟ ଓ ପରିବହନ ବିଭାଗ ତଥା ରାଜ୍ୟ ପରିବହନ ପ୍ରାଧିକରଣ ଦୁର୍ଘଟଣା ହ୍ରାସ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି। ଏହି ସମ୍ମାନ ଆମକୁ ଉତ୍ସାହିତ କରିଛି। ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଏହି ପୁରସ୍କାର ପାଇଁ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe