ସୂର୍ଯ୍ୟ ଦେଓଙ୍କୁ ‘ବେଷ୍ଟ ରାଇଟିଂ ଅନ୍‌ ସିନେମା’ ପୁରସ୍କାର

ସୂର୍ଯ୍ୟ ଦେଓଙ୍କୁ ‘ବେଷ୍ଟ ରାଇଟିଂ ଅନ୍‌ ସିନେମା’ ପୁରସ୍କାର

Sambad English

ଭୁବନେଶ୍ବର : ୬୮ତମ ଜାତୀୟ ଚଳଚ୍ଚିତ୍ର ବିଚାରକ ମଣ୍ଡଳୀ ଆଜି ୨୦୨୦ ବର୍ଷ ପାଇଁ ବିଜେତାମାନଙ୍କ ନାମ ଘୋଷଣା କରିଛନ୍ତି। ସିନେମା ଉପରେ ଶ୍ରେଷ୍ଠ ଲେଖା, ସ୍ବତନ୍ତ୍ର ଆଲେଖ୍ୟ ( ବେଷ୍ଟ ରାଇଟିଂ ଅନ୍‌ ସିନେମା, ସ୍ପେସିଆଲ୍‌ ମେନ୍‌ସନ୍‌)’ ବିଭାଗରେ ଓଡ଼ିଶାର ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ପକ୍ଷୀଘର ପ୍ରକାଶନୀ ଦ୍ବାରା ପ୍ରକାଶିତ ତଥା ତାଙ୍କ ଦ୍ବାରା ରଚିତ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ପାଇଁ ସେ ଏହି ପୁରସ୍କାର ଗ୍ରହଣ କରିବେ।

ପୁସ୍ତକରେ ୧୯୪୮ରୁ ୧୯୮୬ ମସିହା ମଧ୍ୟରେ ମୁକ୍ତିଲାଭ କରିଥିବା ୨୧ଟି ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ ରୂପରେଖ ରହିଛି। ଚଳଚ୍ଚିତ୍ରଗୁଡ଼ିକର ବିଶ୍ଲେଷଣ, ପରିଚର୍ଯ୍ୟା, ଚର୍ଯ୍ୟା ଓ ସଂପୂର୍ଣ୍ଣ ଐତିହାସିକ ଗବେଷଣାତ୍ମକ ଲେଖାଗୁଡ଼ିକ ରହିଛି। ସିନେମାର କାହାଣୀ, ପ୍ରଚ୍ଛଦ କାହାଣୀ, ତଥ୍ୟ ଓ ସଂପୃକ୍ତ ବ୍ୟକ୍ତିବିଶେଷମାନଙ୍କର ସାକ୍ଷାତକାର ରହିଛି। ଏଥିସହ ଉକ୍ତ ସିନେମାଗୁଡ଼ିକ କିଭଳି ଓଡ଼ିଆ ସିନେମା ଜଗତକୁ ପ୍ରଭାବିତ କରିଛନ୍ତି, ତାହାର ମଧ୍ୟ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା ରହିଛି। ମାୟାମିରିଗ, ଲଳିତା, ଶ୍ରୀଜଗନ୍ନାଥ, ନାଗଫାଶ ଓ ଚିଲିକା ତୀରେ ଭଳି ଚଳଚ୍ଚିତ୍ର ଏଥିରେ ସ୍ଥାନପାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ଶ୍ରୀ ଦେଓଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ‘ଶ୍ରୀ ଦେଓଙ୍କ ପୁସ୍ତକ ଶ୍ରେଷ୍ଠ ବିବେଚିତ ହେବା ଅତ୍ୟନ୍ତ ଖୁସିର ବିଷୟ। ସିନେମାରେ ଅଧିକ ଗବେଷଣା କ୍ଷେତ୍ରରେ ଏହି ପୁସ୍ତକ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ତାଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe