ଡେଙ୍ଗୁ ପାଇଁ ସତର୍କ ରୁହିବାକୁ ସମସ୍ତ ଜିଲ୍ଲାପାଳ, ୫ କମିସନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ

ଜିରୋ କାଜୁଆଲଟି ନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ବିଏମ୍‌ସିକୁ ମଶାଚିନ୍ତା: ୪ ନଳାରେ ଛଡ଼ାହେଲା ଗଙ୍ଗୁସିଆ ମାଛ

ଭୁବନେଶ୍ୱର : ରାଜଧାନୀରେ ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏହାର ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଛି। ବିଏମ୍‌ସି ସମତେ ରାଜ୍ୟର ୫ଟି ମହାନଗର ନିଗମର କମିସନର ଏବଂ ୩୦ଟି ଜିଲ୍ଲାର ଜିଲ୍ଲାପାଳମାନେ ଡେଙ୍ଗୁ ମୁକାବିଲା ପାଇଁ କ’ଣ ପଦକ୍ଷେପ ନେବେ କୁହାଯାଇଛି। ଡେଙ୍ଗୁ ସମେତ ଭେକ୍ଟର ବାହିତ ରୋଗରେ ଯେପରି କେହି ନମରିବେ, କାହାକୁ ରକ୍ତର ଅଭାବ ହେବନି ସେନେଇ ପ୍ରସ୍ତୁତ ରହିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ବର୍ଷାଋତୁରେ ଭେକ୍ଟର ବାହିତ ରୋଗ ବ୍ୟାପିବାର ସମ୍ଭାବନା ଅଧିକ। ତେଣୁ ମୌସୁମୀ ଋତୁରେ ରାଜ୍ୟର ବିଭିନ୍ନ ସ୍ଥାନରେ ଡେଙ୍ଗୁ ବ୍ୟାପିପାରେ। ଏଭଳି ସ୍ଥିତିରେ ତାଲିମପ୍ରାପ୍ତ କର୍ମଚାରୀଙ୍କୁ ନେଇ ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ଔଷଧ ଆଦି ମହଜୁଦ ରଖ। ବିଶେଷକରି ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଉପରେ ଦଖଲ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ମୁତୟନ କରିବାକୁ କୁହାଯାଇଛି।

publive-image rappler.com

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦିନରେ ମ୍ୟାଲେରିଆ, ଡେଙ୍ଗୁ, ଜାପାନୀ ଜ୍ୱର ଏବଂ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗ ବ୍ୟାପିବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ବ୍ଲକ ସ୍ତରର ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପ୍ରସ୍ତୁତ ରଖିବା ସହ କୌଣସି ଠାରୁ ଏହାର ସୂଚନା ମିଳିଲେ ତ୍ୱରିତ ପଦକ୍ଷେପ ନିଅ।

ଏହାସହ ଡେଙ୍ଗୁ, ମ୍ୟାଲେରିଆର ମୁକାବିଲା ଲାଗି ମାର୍ଗଦର୍ଶିକା ଜାରି ହୋଇଛି। ଜିଲ୍ଲା ଓ ପୌରପାଳିକା ସ୍ତରରେ ସହଯୋଗୀମାନଙ୍କୁ ନେଇ ବୈଠକ କରିବା ସହ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା, ଅନ୍ୟ ବିଭାଗଗୁଡ଼ିକ ସହ ମିଶି ସଚେତନତା କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦିଆଯାଇଛି।

ଯେଉଁସବୁ ଅଞ୍ଚଳରେ ଗତ ୫ ବର୍ଷ ମଧ୍ୟରେ ଭେକ୍ଟର ବାହିତ ରୋଗ ବ୍ୟାପିଛି ସେସବୁ ଅଞ୍ଚଳକୁ ଚିହ୍ନଟ କରିବା ସହ ଚଳିତବର୍ଷ ଉକ୍ତ ସମ୍ବେଦନଶୀଳ ଅଞ୍ଚଳକୁ ଠାବ କରିବାପାଇଁ ପରାମର୍ଶ ଦିଆଯାଇଛି । ଏହି ରୋଗରେ ମୃତ୍ୟୁ ଯେଭଳି ନଘଟିବ ସେଥିପାଇଁ ଠିକଣା ସମୟରେ ପରୀକ୍ଷା, ଚିକିତ୍ସା ଓ ରୋଗୀଙ୍କୁ ଆବଶ୍ୟକ ସ୍ଥଳେ ଅନ୍ୟତ୍ର ରେଫର୍‌ କରିବାକୁ କୁହାଯାଇଛି।

ସେହିପରି ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଭେକ୍ଟର ବାହିତ ରୋଗର ମୁକାବିଲା ପାଇଁ ଔଷଧ ଓ ରକ୍ତ ମହଜୁଦ ରଖିବା ସହିତ କୌଣସି ପ୍ରକାର ସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ଠାରୁ ବ୍ଲକ ପର୍ଯ୍ୟନ୍ତ ସବୁ ସ୍ତରରେ କର୍ମଚାରୀମାନଙ୍କୁ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି। ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଶିଳ୍ପସଂସ୍ଥା, ପଞ୍ଚାୟତ ପ୍ରତିନିଧି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀକୁ ସାମିଲ କରାଯିବ। ଡେଙ୍ଗୁ, ମ୍ୟାଲେରିଆ ଓ ଚିକେନଗୁନିଆ ଭଳି ରୋଗକୁ ପ୍ରତିହତ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe