ଏଚ୍‌ଏସ୍‌ଆରପି ପଂଜୀକରଣ କଲା ବେଳେ ଗ୍ରାହକ ରୁହନ୍ତୁ ସତର୍କ, ଭଲଭାବରେ ଯାଞ୍ଚ କରନ୍ତୁ ୱେବ୍‌ସାଇଟ୍‌

Advertisment
ଅଗଷ୍ଟ ୨୪ ସୁଦ୍ଧା ୪,୦୮,୬୮୦ ଗାଡିରେ ଏଚ୍ଏସ୍‌ଆରପି ନମ୍ବର ପ୍ଲେଟ ଲାଗିଛି: ଯୁଗ୍ମ କମିସନର

ଭୁବନେଶ୍ବର: ଯାନବାହନର ସହାୟତା ନେଇ ହେଉଥିବା ଅପରାଧ ରୋକିବାକୁ ରାଜ୍ୟ ସରକାର ପ‌ଦକ୍ଷେପ ନେଇଛନ୍ତି। ପରିବହନ ବିଭାଗ ଏଥି ପାଇଁ ନିୟମ ପ୍ରସ୍ତୁତ କରିଛନ୍ତି ଯେ  ପ୍ରତ୍ୟେକ ଗାଡ଼ିରେ ବାଧ୍ୟତାମୂଳକ ଭାବେ ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ହାଇସିକ୍ୟୁରିଟି ନମ୍ୱର୍ ପ୍ଲେଟ (ଏଚ୍‌ଏସ୍‌ଆରପି) ଲାଗିବ। ଯାନବାହନରେ ଏହି ପ୍ରକାରର ନମ୍ବର ପ୍ଲେଟ ଲାଗିବା ଦ୍ବାରା ଅପରାଧ ନିୟନ୍ତ୍ରଣ ଓ ଅପରାଧୀକୁ ଚିହ୍ନଟ କରିବାରେ ସହାୟକ ନିଶ୍ଚୟ ହେବ ବୋଲି ଆଶା କରାଯାଉଛି।

ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ)ର ଯୁଗ୍ମ କମିସନର ଦୀପ୍ତ ପାତ୍ର କହିଛନ୍ତି, ରାସ୍ତାରେ ଲାଗୁଥିବା କ୍ୟାମେରା ହାଇସିକ୍ୟୁରିଟି ନମ୍ୱର୍ ପ୍ଲେଟ ସହଜରେ ରିଡ କରିପାରେ । ତେଣୁ ଦୁର୍ଘଟଣା ଅଥବା ଅପରାଧ ଘଟାଇ ଚାଲିଯାଉଥିବା ଗାଡ଼ି ଓ ଗାଡିର ଚାଳକଙ୍କୁ ଚିହ୍ନଟ କରିବାରେ ପୁଲିସକୁ ସହଜ ହୋଇଥାଏ।

ତେବେ ଟଙ୍କା ରୋଜଗାର କରିବା ପାଇଁ ଅସାଧୁ ବ୍ୟକ୍ତି ନକଲି ୱେବ୍‌ସାଇଟ୍‌ ଖୋଲିପାରନ୍ତି। ଏଚ୍‌ଏସ୍‌ଆରପି ଦେବା ନାଁରେ ଲୋକଙ୍କୁ ଠକିପାରନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି।  ସେ କହିଛନ୍ତି, ଫେକ୍ ୱେବସାଇଟ୍ ଆମ ସମସ୍ୟା ଯଦିଓ ନୁହେଁ, ତଥାପି ଆମେ କିନ୍ତୁ ଏହା ଉପରେ ନଜର ଦେଉଛୁ। ୟୁଜର ୱେବ୍‌ସାଇଟ୍‌ରେ ଏଣ୍ଟ୍ରି କଲାବେଳେ ଭଲ ଭାବେ ଯାଞ୍ଚ୍ କରିବା ଦରକାର। କିଛି ହ୍ୟାକର ଯଦି ଆମ ୱେବ୍‌ସାଇଟକୁ ଅବିକଳ ନକଲ କରୁଛନ୍ତି, ଏହାକୁ ଆହୁରି ସିକ୍ୟୁର କରିବାକୁ ଆମେ ଚେଷ୍ଟା କରୁଛୁ ବୋଲି ଶ୍ରୀ ପାତ୍ର କହିଛନ୍ତି।

ଏସ୍‌ଟିଏ ଯୁଗ୍ମ କମିସନର ଶ୍ରୀ ପାତ୍ର କହିଛନ୍ତି ଯେ, ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟ କରୁଥିବା ସ୍ଵୀକୃତି ପ୍ରାପ୍ତ ସଂସ୍ଥା ଗୁଡିକୁ ଆମେ କହିଛୁ ଯେ ଆମ ନିର୍ଦ୍ଦିଷ୍ଟ ୱେବସାଇଟର କେମିତି ସିକ୍ୟୁଅର୍ ବ୍ୟବହାର କରିବେ। ନିର୍ଦ୍ଦିଷ୍ଟ ବ୍ୟବଧାନରେ ୱେବସାଇଟରେ ସିକିଓରନେଶ୍ ଅପଗ୍ରେଡ ପାଇଁ ଆମେ ପଦକ୍ଷେପ ନେବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe