‘ମଙ୍କିପକ୍ସ’କୁ ନେଇ ସତର୍କ ରୁହ: ସନ୍ଦିଗ୍ଧଙ୍କ ନମୁନା ଆରଏମ୍‌ଆରସି ପଠାଇବାକୁ ନିର୍ଦେଶ

Advertisment

ସବୁ ସିଡିଏମ୍‌ଓଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

ସବୁ ସିଡିଏମ୍‌ଓଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

ଦେଶରେ ମଙ୍କିପକ୍ସ ମାମଲା ୮କୁ ବୃଦ୍ଧି: ଦିଲ୍ଲୀରେ ତୃତୀୟ, କେରଳରେ ପଞ୍ଚମ ମାମଲା

NDTV.com

ଭୁବନେଶ୍ବର: ଗତକାଲି କେରଳରେ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସତର୍କ ହୋଇଛି। ମଙ୍କିପକ୍ସ ଚିହ୍ନଟ ହୋଇଥିବା ରାଜ୍ୟ କିମ୍ବା ଦେଶରୁ ଆସିଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବା ସହିତ ଆବଶ୍ୟକ ପଡ଼ିଲେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନମୁନାକୁ ପରୀକ୍ଷା ପାଇଁ ଆରଏମ୍‌ଆରସିକୁ ପଠାଇବାକୁ ଜିଲ୍ଲାମାନଙ୍କୁ କୁହାଯାଇଛି। ଆଜି ଏ ସଂକ୍ରାନ୍ତରେ ସବୁ ସିଡିଏମ୍‌ଓ, ମେଡିକାଲ କଲେଜର ଅଧ୍ୟକ୍ଷ, କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍‌ର ନିର୍ଦେଶକ ଓ ଡିଏସ୍‌ୟୁମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍କିପକ୍ସକୁ ନେଇ ଏକ ଏସ୍‌ଓପି ଜାରି କରିଛନ୍ତି। ସଂପୃକ୍ତ ଏସ୍‌ଓପି ଅନୁଯାୟୀ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସଚେତନ କରିବା ସହିତ ସର୍ଭେଲାନ୍‌ସକୁ ଜୋରଦାର କରାଯାଉ। ଏ ସଂପର୍କିତ ନିଆଯାଉଥିବା ପଦକ୍ଷେପର ରିପୋର୍ଟ ବିଭାଗକୁ ପଠାଇବାକୁ ନିର୍ଦେଶ ଦିଆଯାଇଛି। ଏହାସହ ବିଭାଗ ପକ୍ଷରୁ ଆରଏମ୍‌ଆରସିର ନିର୍ଦେଶକଙ୍କୁ ମଧ୍ୟ ଚିଠି ଲେଖାଯାଇଛି। ଜିଲ୍ଲାସ୍ତରରୁ ଯେଉଁ ସନ୍ଦିଗ୍ଧ ନମୁନା ଆସିବ ସେମାନଙ୍କର ପରୀକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି କୁହାଯାଇଛି।

ମଙ୍କିପକ୍ସ (ଏମ୍‌ପିଏକ୍ସଭି) ହେଉଛି ଭାଇରାଲ ଜୁନୋଟିକ୍ ରୋଗ। ବସନ୍ତ ରୋଗର ଲକ୍ଷଣ ସହିତ ମଙ୍କିପକ୍ସର ଲକ୍ଷଣ ସମାନ। ଏହା ମୁଖ୍ୟତଃ ଆଫ୍ରିକା ଦେଶରେ ଦେଖିବାକୁ ମିଳୁଥିବା ବେଳେ ୨୦୦୩ ମସିହା ପରେ ଅନ୍ୟ ଦେଶମାନଙ୍କରେ ଚିହ୍ନଟ କରାଯାଇଥିଲା। ଆକ୍ରାନ୍ତ ଦେଶରୁ ୨୧ଦିନ ଭିତରେ ଫେରିଥିବା ବ୍ୟକ୍ତିଙ୍କଠାରେ ଜ୍ବର, ମୁଣ୍ଡବିନ୍ଧା, ଶରୀର ପୀଡ଼ା, ଦୁର୍ବଳ ଲାଗିବା, କୁଣ୍ଡେଇ ହେବା, ଲସିକା ଗ୍ରନ୍ଥି ପୁଲିଯିବା ଭଳି ଲକ୍ଷଣ ଦେଖାଗଲେ ପରୀକ୍ଷା କରିବା ଜରୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe