ଭବାନୀପାଟଣା ବ୍ଲକରେ ଆର୍ଥିକ ଅନ୍ତର୍ଭୁକ୍ତି କରଣ ପକ୍ଷ ପାଳିତ

Advertisment
ଭବାନୀପାଟଣା ବ୍ଲକରେ ଆର୍ଥିକ ଅନ୍ତର୍ଭୁକ୍ତି କରଣ ପକ୍ଷ ପାଳିତ
ଭବାନୀପାଟଣା: ଓଡ଼ିଆ ଜୀବିକା ମିଶନ ତରଫରୁ ଭବାନୀପାଟଣା ବ୍ଲକ ର ୩୬ଟି ପଞ୍ଚାୟତ ରେ ସ୍ୱତନ୍ତ୍ର ଆର୍ଥିକ ଅନ୍ତର୍ଭୁକ୍ତି କରଣ ପକ୍ଷ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରିତା କୁମାର,  ବିପିଏମ୍ ପଙ୍କଜିନି ତରାସିଆ,  ବିଏଲସି ଶେଷଦେଵ ମୁଣ୍ଡ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୁଲିଆମାଲ, ତଲ ବେଲଗାଁ, ଏବଂ ଶ୍ରୀପୁର ଗ୍ରାମ ପଞ୍ଚାୟତ ର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ନିଜର ଖିଲାପୀ ଋଣକୁ ପରିଶୋଧ କରି ଉକ୍ତ ତିନି ଗୋଟି ପଞ୍ଚାୟତ କୁ ଏନପିଏ ମୁକ୍ତ କରିଥିଲେ। ୧୬୨୦୦ ସ୍ୱୟଂ ସହାୟକ ଗୋଷ୍ଠୀ  ସଭ୍ୟା  ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବିମାଭୁକ୍ତ ହୋଇଥିଲେ।୨୨ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଟ ୫.୦୨ ଲକ୍ଷ ର ଖିଲାପୀ ଋଣ ପରିଶୋଧ କରିଥିଲେ।୧୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ ଋଣ ପ୍ରାପ୍ତ ହୋଇଥିଲେ।ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ବ୍ୟାଙ୍କ ସେବା ଯୋଗାଇବା ପାଇଁ  ୧୯ ରୁ ୨୨ ତାରିଖ
ପର୍ଯ୍ୟନ୍ତ ୨୦ ଗୋଟି ବ୍ୟାଙ୍କ ଶାଖାରେ ସମନ୍ୱୟ ମେଳାର ଆୟୋଜନ କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe