ଭଦ୍ରକ ଜିଲ୍ଲାର ସବୁ ବ୍ଲକ ଅଞ୍ଚଳରେ ପନିପରିବା ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ

Advertisment
ଭଦ୍ରକ ଜିଲ୍ଲାର ସବୁ ବ୍ଲକ ଅଞ୍ଚଳରେ ପନିପରିବା ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ

image source-odia web

ଭଦ୍ରକ: ଭଦ୍ରକ ଜିଲ୍ଲାରେ ସବୁ ବ୍ଲକ ଅଞ୍ଚଳରେ ପନିପରିବା ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜଣାଯାଇଛି। କେବଳ ଭଦ୍ରକ ପୌରାଞ୍ଚଳ ଓ ଏରେ଼ଇ ପଞ୍ଚାୟତ ଅଞ୍ଚଳରେ ଦୋକାନ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲାରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଆଜି ଭଦ୍ରକର ଚରମ୍ପା ଓ ଏରେଇରୁ କଣ୍ଟେନମେଣ୍ଟ କଟକଣା ହଟିଲା ବୋଲି ଟୁଇଟ୍ କରି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି। ଭଦ୍ରକରେ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ପୂର୍ବରୁ ଗତ ୧୫ ତାରିଖରେ ପୁରୁଣା ବଜାରରୁ କଣ୍ଟେନମେଣ୍ଟ କଟକଣା ଉଠିଥିଲା। ଜିଲ୍ଲାରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ୩ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିଲା।

ଦୁବାଇ ଫେରନ୍ତା ୨୯ ବର୍ଷିଅ ଯୁବକ କରୋନା ପଜିଟିଭ ଚିହ୍ନଟ ହେବା ପରେ ପୁରୁଣା ବଜାର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଥିଲା । ସେହିପରି ଚରମ୍ପା ଓ ଏରେଇ ଅଞ୍ଚଳରୁ ୨ ଜଣ ବ୍ୟକ୍ତିଙ୍କ ସ୍ୱାବ ପରୀକ୍ଷାରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe