ଭଦ୍ରକ କାଡା ଡିଭିଜନ୍‌ ମହାଦୁର୍ନୀତି ଗୁମର ଖୋଲିଲା : ଶହେ କୋଟିର ହେରାଫେରି

Advertisment

ତଦନ୍ତ ବିଭ୍ରାନ୍ତ ପାଇଁ ଭୁବନେଶ୍ବରରେ ଅଧିକା‌ରୀଙ୍କ ଡେରା

ତଦନ୍ତ ବିଭ୍ରାନ୍ତ ପାଇଁ ଭୁବନେଶ୍ବରରେ ଅଧିକା‌ରୀଙ୍କ ଡେରା

ଭଦ୍ରକ କାଡା ଡିଭିଜନ୍‌ ମହାଦୁର୍ନୀତି ଗୁମର ଖୋଲିଲା : ଶହେ କୋଟିର ହେରାଫେରି

ଭୁବନେଶ୍ବର/ଯାଜପୁରରୋଡ : ଭଦ୍ରକ କାଡ଼ା ଡ଼ିଭିଜନରେ ପାଣି ପଞ୍ଚୟତ କେଳେଙ୍କାରୀ ଗୁମର ଖୋଲିବାରେ ଲାଗିଛି। ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ଦ୍ବାରା ପଦାକୁ ଆସିଥିବା ଭଦ୍ରକ କାଡ଼ା ଡିଭିଜନର ମହାଦୁର୍ନୀତି କଳେବର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ସମ୍ପର୍କିତ ଦୁଇବର୍ଷର ତଥ୍ୟଭିତ୍ତିକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଜଳ ସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନାଙ୍କ ନିର୍ଦେଶରେ ତଦନ୍ତ ଆରମ୍ଭ ହୋଇଛି। ମାତ୍ର ତଦନ୍ତକୁ ବିଭ୍ରାନ୍ତ କରିବା ପାଇଁ କେତେକ ଅଧିକାରୀ ଭୁବନେଶ୍ବରରେ ଏବେ ଡେରା ପକାଇଥିବା ଜଣାଯାଇଛି। ଏଥିମଧ୍ୟରେ ୪ ବର୍ଷର ଶହେ କୋଟି ଟଙ୍କାର ଘୋଟାଲା ଅନୁସନ୍ଧାନ ଟିମ୍ ହାତରେ ଲାଗିଛି।

ସଚିବଙ୍କ ନିର୍ଦେଶରେ ଚାଲିଥିବା ତଦନ୍ତରେ ଫସିଥିବା ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ମଧ୍ୟରେ ଏବେ କୋକୁଆ ଭୟ ଖେଳିଯାଇଛି। ଯେନେତେନ ପ୍ରକାର ତଦନ୍ତକୁ ବାଟମଣା କରିବା ପାଇଁ ଅଧିକାରୀମାନେ ଲାଗିପଡ଼ିଛନ୍ତି। ଏପରିକି ତଦନ୍ତକାରୀ ଅଧିକାରୀଙ୍କୁ କରାୟତ୍ତ କରିବାକୁ ଅସାଧୁ ମେଣ୍ଟ ଭୁବନେଶ୍ବରରେ ଡ଼େରା ପକାଇବା ସହିତ ଅନ୍ୟ କେତେକ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରାଇବାରେ ଲାଗି ପଡ଼ିଛନ୍ତି।

ଶାଳନ୍ଦୀ ବାମ ପାର୍ଶ୍ବରେ ଥିବା ପାଣି ପଞ୍ଚାୟତଗୁଡ଼ିକ ନାମରେ କୋଟି କୋଟି ଟଙ୍କା ‌ମିଥ୍ୟା ବିଲ୍ ହୋଇଥିବା ଘଟଣା ଲୋକଲୋଚନକୁ ଆସିଛି। ନାଳୀ ନିର୍ମାଣ କମ୍ ହୋଇଥିବା ବେଳେ ବେଶି ବିଲ୍ କରାଯାଇଛି। କେବଳ ସେତିକି ନୁହେଁ ମିଥ୍ୟା ବିଲ୍ କରାଯାଇଛି। ଏପରିକି ଗୋଟିଏ ଗୋଟିଏ କାମକୁ ଏକାଧିକ ଥର ବିଲ୍ କରାଯାଇଥିବା ବେଳେ ମରାମତି ନାମରେ ମଧ୍ୟ ବ୍ୟାପକ ଘୋଟାଲା ହୋଇଛି। ପ୍ଲାନ୍ ଓ ନନ୍ ପ୍ଲାନ୍ ଅର୍ଥକୁ ନିଜର ପକେଟ୍ ଅର୍ଥ ଭଳି ଖର୍ଚ୍ଚ କରାଯାଇଛି।

ଠିକ୍ ଜଳସେଚନ ହେଉ ନଥିବାରୁ ମରୁଡ଼ି ନେଇ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବା ବେଳେ ଚାଷ ଜମିରେ ପାଣି ପହଞ୍ଚାଇବା ପାଇଁ କାଡ଼ା ନାଳ ନାମରେ କୋଟି କୋଟି ଟଙ୍କା ବ୍ୟୟ ହେଉଛି। ଅଥଚ ଯୋଜନା ସଫଳ ହୋଇପାରି ନାହିଁ। କ୍ଷତିଗ୍ରସ୍ତ ଚାଷୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ଅପଦସ୍ଥ ହେଉଥିବା ବେଳେ କାଡ଼ା କେ‌ନାଲରେ ମହାଦୁର୍ନୀତି ଅନ୍ୟତମ କାରଣ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

ଭଦ୍ରକ ଡ଼ିଭିଜନ୍ ଅଧୀନରେ ଥିବା ୨ଟି ସବ୍ ଡିଭିଜନ୍ ମଧ୍ୟରୁ ଭଦ୍ରକର ୧୨ଟି ବ୍ଲକରେ କୋଟି କୋଟି ଟଙ୍କା ଏଆଇବିପି, ଆରକେଭିଆଇ ଓ ମରାମତି ପାଇଁ ଆସୁଥିବା ନନ୍ ପ୍ଲାନରେ ଇତିମଧ୍ୟରେ ଶହେ କୋଟି ଟଙ୍କାର ହେରାଫେରି କରାଯାଇଛି। ହେରାଫେରି ଲୁଚାଇବା ପାଇଁ ଅଧିକାରୀମାନେ ମଧ୍ୟ ଜନସୂଚନା ଆଇନ ବଳରେ ମଗା ଯାଉଥିବା ତଥ୍ୟକୁ ମଧ୍ୟ ଏପଟସେପଟ କରିଦେଉଛନ୍ତି। ଗତ ୨ବର୍ଷ ମଧ୍ୟରେ ଭଦ୍ରକ ସେଚାଞ୍ଚଳ ଉପଖଣ୍ଡରେ ୪୪କୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ତଥ୍ୟ ପ୍ରଦାନ କରାଯାଇଛି। ଚଳିତ ବର୍ଷ ମଧ୍ୟ ଏହି ଉପଖଣ୍ଡରେ ୨୫କୋଟି ଟଙ୍କାରୁ ଊର୍ଧ୍ବ ଟଙ୍କା ବ୍ୟୟ କରାଯାଇଛି।

ଶାଳନ୍ଦୀ ବାମ ପାର୍ଶ୍ବ ଥିବା ୪୧ ରୁ ୮୫ ନମ୍ବର ପାଣି ପଞ୍ଚାୟତ ଭିତରେ କୋଟି କୋଟି ଟଙ୍କା ହେରାଫେରି କରାଯାଇଛି। ଏଠାରେ ପାଣି ପଞ୍ଚାୟତରେ ଚାଷୀଙ୍କ ବଦଳରେ ଠିକାଦାରଙ୍କ ଜରିଆରେ କାମ କରାଯାଇଛି। ସରକାର ଚାଷୀମାନଙ୍କ ଜରିଆରେ କାମ କରୁଥିବାରୁ କାଡ଼ାରେ ଟେଣ୍ଡର ହେଉ ନଥିବା ସୁଯୋଗରେ ଠିକାଦାର ଓ କେତେକ ଯନ୍ତ୍ରୀ ମାଲାମାଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe