ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ ଓ ସୁପରଭାଇଜର: ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ନେଉଥିଲେ ୧୦ ହଜାର ଲାଞ୍ଚ

Advertisment
ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ ଓ ସୁପରଭାଇଜର: ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ନେଉଥିଲେ ୧୦ ହଜାର ଲାଞ୍ଚ

ଭଦ୍ରକ: ଭଦ୍ରକ ବ୍ଳକ୍‌ ବଣିଆ ପଞ୍ଚାୟତ ସରଗଡ଼ିଆ ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀ ନିଯୁକ୍ତି ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭଦ୍ରକ ସିଡିପିଓ ସୁନନ୍ଦା ଦାସ ଓ ସୁପରଭାଇଜର ସୁଲୋଚନା ବେହେରା। ଭଦ୍ରକ ବ୍ଳକ୍‌ ବଣିଆ ପଞ୍ଚାୟତ ସରଗଡ଼ିଆ ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀ ନିଯୁକ୍ତି ପାଇଁ ଭଦ୍ରକ ସିଡିପିଓ ସୁନନ୍ଦା ଦାସ ଆବେଦନକାରୀ ଇତିଶ୍ରୀ ସେଠୀଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଇତିଶ୍ରୀଙ୍କ ଦାଦା ପ୍ରଶାନ୍ତ ସେଠୀ ବାଲେଶ୍ବର ଭିଜିଲାନ୍ସ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ।

ଆଜି ଦିନ ପ୍ରାୟ ସାଢେ ୧୧ଟା ସମୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ସିଡିପିଓ ସୁନନ୍ଦା ଦାସ ଓ ସୁପରଭାଇଜର ସୁଲୋଚନା ବେହେରା ପ୍ରଶାନ୍ତଙ୍କ ନିକଟରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ପୂର୍ବ ଯୋଜନା ଅନୁଯାୟୀ ସେଠାରେ ଉପସ୍ଥିତ ଥିବା ଭଦ୍ରକ ଓ ବାଲେଶ୍ୱରର ଭିଜିଲାନ୍ସ ଟିମ୍‌ ଉଭୟଙ୍କୁ ଧରିଥିଲେ। ଚଢ଼ଉ ବେଳେ ବାଲେଶ୍ୱର ଭିଜିଲାନ୍ସର ଅତିରିକ୍ତ ଏସ୍‌ପି ହରେକୃଷ୍ଣ ମାଝୀ, ଭଦ୍ରକ ଡିଏସ୍‌ପି ସନ୍ତୋଷ କୁମାର ସାମନ୍ତରାୟ, ଇନ୍‌ସପେକ୍ଟର ଉଲିପି ବେହେରାଙ୍କ ସମେତ ଭିଜିଲାନ୍ସ ବିଭାଗର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଅଧିକ ତଦନ୍ତ ପାଇଁ ଡିଏସ୍‌ପି ଶ୍ରୀ ସାମନ୍ତରାୟ ସମ୍ପୃକ୍ତ ଦୁଇ କର୍ମଚାରୀଙ୍କୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ପଚରାଉଚରା କରିବା ପରେ ଭିଜିଲାନ୍ସ ଅଫିସକୁ ନେଇ ଯାଇଥିଲେ। ଏହି ମାମଲାରେ ଉଭୟଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe