ଭଦ୍ରକ: କୁଣ୍ଡିନଦୀରେ ଗୋଡ଼ଖସି ଯିବାରୁ ନାବାଳିକାର ମୃତ୍ୟୁ

Advertisment
ଭଦ୍ରକ: କୁଣ୍ଡିନଦୀରେ ଗୋଡ଼ଖସି ଯିବାରୁ ନାବାଳିକାର ମୃତ୍ୟୁ

ଚାନ୍ଦବାଲି: ରବିବାର ସକାଳେ ତିହିଡ଼ି ବ୍ଲକ୍‌ ଅନ୍ତର୍ଗତ ଦୋଳସାହି ଗ୍ରାମପଞ୍ଚାୟତ ଅଧୀନ ରାଢ଼ଙ୍ଗ ଗାଁ’ରେ ଜଣେ ନାବାଳିକା କୁଣ୍ଡିନଦୀରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି।

ମୃତ ନାବାଳିକା ହେଉଛନ୍ତି ବିଜୟ ଜେନାଙ୍କ ଝିଅ ସସ୍ମିତା ଜେନା। +୨ରେ ପଢୁଥିବା ୧୬ ବର୍ଷୀୟ ସସ୍ମିତା ଆଜି ପାହାନ୍ତା ୪ଟା ବେଳେ ବାଲୁକା ଓଷା ନିମନ୍ତେ ପୂଜାର୍ଚ୍ଚନା କରିବାକୁ କୁଣ୍ଡିନଦୀକୂଳକୁ ଯାଇଥିଲେ। ଦୀର୍ଘ ସମୟ ଧରି ସେ ନ ଫେରିବାରୁ ଘରଲୋକେ ଖୋଜାଖୋଜି କରିବାକୁ ଯାଇ ନଦୀକୂଳରେ ସେ ଫୁଲଆଦି ରଖିଥିବା ଦେଖିଥିଲେ।

ସନ୍ଦେହ କରି ନଦୀରେ ଖୋଜାଖୋଜି କରିବାରୁ ଗାଧୁଆ ତୁଠ ଠାରୁ କିଛି ଦୂରରେ ସକାଳ ପ୍ରାୟ ସାଢ଼େ ନଅଟାବେଳେ ତାଙ୍କ ଶବ ଭାସୁଥିବାର ଦେଖାଯାଇଥିଲା। ଗାଧୋଇବାକୁ ଯାଇଥିବା ବେଳେ ସମ୍ଭବତଃ ଗୋଡ଼ ଖସି ଯିବାରୁ ସେ ପାଣିରେ ବୁଡ଼ି ଭାସିଯାଇଥିବା ଅନୁମାନ କରାଯାଉଛି।
ପରିବାର ଲୋକେ ତା’ର ଶବକୁ ଭଦ୍ରକ ଡାକ୍ତରଖାନା ନେଇଛନ୍ତି। ତିହିଡ଼ି ପୁଲିସକୁ ଏ ସଂକ୍ରାନ୍ତରେ ଖବର ମଧ୍ୟ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe