ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ ବିଜେପି ପକ୍ଷରୁ ୬ ଘଣ୍ଟିଆ ଭଦ୍ରକ ବନ୍ଦ

Advertisment

ଯାନବାହନ ଚଳାଚଳ ଓ ଦୋକାନବଜାର ବନ୍ଦ

ଯାନବାହନ ଚଳାଚଳ ଓ ଦୋକାନବଜାର ବନ୍ଦ

ଲ‌କ୍ଷ୍ନୌରେ ମୋଦୀଙ୍କ ବିଶାଳ ରୢାଲି ପାଇଁ ପ୍ରସ୍ତୁତି, ୧୦ ଲକ୍ଷ ଲୋକଙ୍କ ସମାଗମ ‌ହେବ

The Economic Times

ଭଦ୍ରକ: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ୬ ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଉଛି। ସକାଳ ଛଅଟାରୁ ଆରମ୍ଭ ହୋଇଥିବା ବନ୍ଦ ପାଳନ ଦିନ ୧୨ ଟା ପର୍ଯ୍ୟନ୍ତ ଚାଲିବ।
ଏହାର ପ୍ରଭାବରେ ଭଦ୍ରକରେ ବସ୍ ଟ୍ରକ୍ ଚଳାଚଳ ବନ୍ଦ ରହିଛି। ଆଜି ସକାଳ ୬ଟାରୁ ଭଦ୍ରକର ବନ୍ତ ଛକ, ରେଳ ଷ୍ଟେସନ, ନୂଆ ବସ୍ ଷ୍ଟାଣ୍ଡ, କଚେରି ରୋଡ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ ସମ୍ମୁଖ, ଏସପି ଅଫିସ ସମ୍ମୁଖ, କଲେଜ ଛକ, ରାନ୍ଦିଆ, ବାରପଦା, ଚରମ୍ପା, ରାଣୀତାଲ, ଇଚ୍ଛାପୁର , ଆରଡ଼ି ଛକ ଓ ବାଇପାସ୍ ଛକରେ ବିଜେପି କର୍ମୀମାନେ ଦଳ ଦଳ ହୋଇ ଭଦ୍ରକ ବନ୍ଦରେ ସାମିଲ ହୋଇଛନ୍ତି। ବନ୍ଦ ପାଳନ ଯୋଗୁଁ ଭଦ୍ରକର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ସରକାରୀ ଅଫିସ ଆଗରେ ବିଜେପି କର୍ମୀମାନେ ନବୀନ ସରକାର ବିରୋଧରେ ନାରା ଦେଇ ତୀବ୍ର ପ୍ରତିବାଦ କରିଛନ୍ତି। ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା କାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତି ଥିବାରୁ ତାଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର କରାଯିବା ସହ ତାଙ୍କୁ ଗିରଫ କରାଯାଉ ବୋଲି ବିଜେପି ଦାବି କରିଛି। ନବୀନ ସରକାର ସମୟରେ ମହିଳାମାନେ ଅଧିକ ନିର୍ଯାତିତା ହେଉଛନ୍ତି ବୋଲି ଅଭିଯୋଗ କରାଯାଇଛି। ମୁଖ୍ୟମନ୍ତ୍ରୀ ଏଭଳି ଜଣେ ମନ୍ତ୍ରୀଙ୍କୁ କାହିଁକି ବହିଷ୍କାର କରୁନାହାନ୍ତି ବୋଲି ବିଜେପି ପ୍ରଶ୍ନ ଉଠାଇଛି।
ଆଜିର ଏଇ ବନ୍ଦ ବେଳେ ସମସ୍ତ ପ୍ରକାର ଗାଡ଼ିମଟର ଚଳାଚଳ ବନ୍ଦ ରହିଥିବା ବେଳେ ଜାତୀୟ ରାଜପଥରେ ବି ବସ୍ ଟ୍ରକ୍ ଚଳାଚଳ ବନ୍ଦ ରହିଛି। ଟ୍ରେନ ଚଳାଚଳ ବି ବନ୍ଦ କରାଯାଇଛି। ଏଇ ବନ୍ଦରେ ବିଜେପିର ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ ନେତୃତ୍ୱ ନେଇଥିବା ବେଳେ ବିଜେପି ନେତା ଅଭିମନ୍ୟୁ ସେଠୀ, ଡାକ୍ତର ପ୍ରଦୀପ ନାୟକ, ସୁରଜ୍ ସୂର୍ଯ୍ୟ ପ୍ରକାଶ, ତପନ ମହାନ୍ତି, ଶରତ ପଢିହାରୀ, ବିଦ୍ୟାଧର ସାହୁ, ମାନସ୍ମିତା ଖୁଣ୍ଟିଆ, ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସଭାପତି ହରପ୍ରିୟା ସାହୁ, ସମ୍ପାଦିକା ଲିପିକା ବାରିକ, ଚୈତଳି ଖିଲାର, ସୁମିତା ପାଣି, ଲାଲା ଧୀରଞ୍ଜନ ରାୟଙ୍କ ସମେତ ବହୁ ଯୁବ ନେତା ଓ ମହିଳା କର୍ମୀ ବନ୍ଦରେ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe