ମା’ଙ୍କର ଜଗଦ୍ଧାତ୍ରୀ ବେଶ: ପଞ୍ଚମ ଦିନରେ ପୂଜା ପାଇଲେ ଭଦ୍ରକାଳୀ

Advertisment
ମା’ଙ୍କର ଜଗଦ୍ଧାତ୍ରୀ ବେଶ: ପଞ୍ଚମ ଦିନରେ ପୂଜା ପାଇଲେ ଭଦ୍ରକାଳୀ
ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ବିଶ୍ଵମାତା ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିବସରେ ମା’ ଜଗଦ୍ଧାତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। କୋହଲା ପାଗ ସେତ୍ତ୍ଵ ମା’ଙ୍କ ପୀଠରେ ଭକ୍ତମାନଙ୍କର ଭିଡ଼ ଲାଗିଥିଲା। ଭକ୍ତମାନେ ଧାଡ଼ି ବାନ୍ଧି ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ମା’ଙ୍କର ଆଶିଷ ଭିକ୍ଷା କରିଥିଲେ। ମା’ ଭଦ୍ରକାଳୀ କୋଳରେ ବାଳ ଗୋପାଳଙ୍କ ବିଗ୍ରହକୁ ଧାରଣ କରି ବହୁ ଅନାଦି କାଳରୁ ପୀଠରେ ପୂଜା ପାଉଛନ୍ତି। ଜଗଦ୍ଧାତ୍ରୀ ବେଶରେ ମା’ଙ୍କର ମୁଖମଣ୍ଡଳ କୃଷ୍ଣ ବର୍ଣ୍ଣ ଥିବା ବେଳେ ବାଘ ମା’ଙ୍କର ବାହନ ଥିଲା। ମା’ ନାଲି ଓ ହଳଦି ରଙ୍ଗର ପାଟବସ୍ତ୍ର ପରିଧାନ କରି ସ୍ବର୍ଣ୍ଣ, ରୌପ୍ୟ ଅଳଙ୍କାରରେ ସୁସଜ୍ଜିତ ହୋଇଥିଲେ। ମା’ଙ୍କ ଚତୁର୍ଭୁଜା ରୂପ ଧାରଣ କରି ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି।
ମା’ ଭଦ୍ରକାଳୀ ହେଉଛନ୍ତି ଜଗଦ୍ଧାତ୍ରୀ। ମା’ ଏ ଜଗତକୁ ଧାରଣ କରିଛନ୍ତି, ସେ ପୋଷଣ କରୁଛନ୍ତି ଓ ସେ ପୁଣି ପାଳନ କରୁଛନ୍ତି। ସେ ସୃଷ୍ଟିର ପ୍ରତ୍ୟେକ ପ୍ରାଣୀଠାରେ ବିଦ୍ୟମାନ। ପ୍ରାଣୀଜଗତ, ଜୀବ ଜଗତ, ଉଦ୍ଭିଦ ଜଗତ ଓ ଜଡ଼ ଜଗତ ସବୁଠି ତାଙ୍କର ଶକ୍ତି ଓ ସତ୍ତା ଅନୁଭୂତ ହୁଏ। ଆଦ୍ୟାଶକ୍ତି ମା’ ଙ୍କ ବିନା ନିଦ୍ଦେର୍ଶରେ ଗଛରୁ ପତ୍ରଟିଏ ମଧ୍ୟ ହଲିନଥାଏ। ଆଜି ପଞ୍ଚମ ଦିବସରେ ଜଗଦ୍ଧାତ୍ରୀ ରୂପରେ ଅତି ସୁନ୍ଦର, ମନୋରମ ବେଶ ଧାରଣ କରି ପୂଜା ପାଉଛନ୍ତି। ଜଗଦ୍ଧାତ୍ରୀ ବେଶକୁ ଦର୍ଶନ କଲେ ଭକ୍ତ ଶକ୍ତି ପ୍ରାପ୍ତହୁଏ। କାର୍ଯ୍ୟ ସିଦ୍ଧି ହେବା ସହ ସମସ୍ତ ମାନସିକ ପୂରଣ ହୁଏ ବୋଲି ବିଶ୍ଵାସ କରାଯାଏ। ବିଶ୍ଵଶାନ୍ତି ଯଜ୍ଞର ପଞ୍ଚମ ଦିବସରେ ଯଜ୍ଞ ମଣ୍ଡପରେ ଆହୁତି ପ୍ରଦାନ ସହିତ ଗୀତା ପାଠ, ବେଦପାଠ, ଭାଗବତ ପାଠ, ଚଣ୍ଡୀ ପୀଠ ଓ ନାମ ସଂକୀତ୍ତର୍ନ ଚାଲୁ ରହିଛି। ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ସମୟରେ ମା’ଙ୍କ ପୀଠରେ ଭଜନ- କୀତ୍ତର୍ନ ମଧ୍ୟ ଯଜ୍ଞମଣ୍ଡପ ପାଶ୍ଵର୍ରେ କରାଯାଉଛି। ଆସନ୍ତା କାଲି ମା’ଙ୍କର ମହା ସରସ୍ବତୀ ବେଶ ତଥା ଶନିବାର ମହାଯଜ୍ଞର ପୂର୍ଣ୍ଣାହୁତି ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe