ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଜାରି; ଜୀବନ ରକ୍ଷା ପାଇଁ ବଙ୍କରରେ ରହୁଛନ୍ତି ଭଦ୍ରକ୍‌ର ମେଡିକାଲ ଛାତ୍ରୀ

Advertisment
ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଜାରି; ଜୀବନ ରକ୍ଷା ପାଇଁ ବଙ୍କରରେ ରହୁଛନ୍ତି ଭଦ୍ରକ୍‌ର ମେଡିକାଲ ଛାତ୍ରୀ

ଭଦ୍ରକ: ୟୁକ୍ରେନ୍‌ ଓ ରୁଷିଆ ମଧ୍ୟରେ ଜାରି ଥିବା ଯୁଦ୍ଧ ଯୋଗୁ ଭାରତ ସମେତ ସମଗ୍ର ବିଶ୍ବବାସୀଙ୍କ ଚିନ୍ତା ବଢ଼ିଛି। ପରିସ୍ଥିତି ଭଲ ନଥିବାରୁ ବିଦେଶୀ ନାଗରିକମାନେ ୟୁକେନ୍‌ ଛାଡ଼ି ନିଜ ନିଜ ଦେଶକୁ ଫେରିଯାଉଛନ୍ତି। କିନ୍ତୁ ଆହୁରି ଲକ୍ଷ ଲକ୍ଷ ବିଦେଶୀ ନାଗରିକ ସ୍ବଦେଶ ଫେରିବାକୁ ଚାହୁଁଥିଲେ ମଧ୍ୟ ସେଠାରୁ ଆସିପାରୁ ନାହାନ୍ତି। ତେଣୁ ସେଠାରେ ଫସିଥିବା ଲୋକ ଓ ସେମାନଙ୍କ ପରିବାର ସଦସ୍ୟଙ୍କର ଚିନ୍ତା ବଢ଼ିଛି। ସେହିଭଳି ଭଦ୍ରକରେ ଏକ ପରିବାର ଆଶା ଆଉ ଆଶଙ୍କାରେ ଦିନ କାଟୁଛନ୍ତି।

ଓଡ଼ିଶା ଆସିବା ପାଇଁ ଭଦ୍ରକର ମେଡିକାଲ ଛାତ୍ରୀ ଜଣକ ବିମାନ ଟିକେଟ କରିଥିଲେ। କିନ୍ତୁ ସେ ଆସିବା ପୂର୍ବରୁ ହୋଇଗଲା ଯୁଦ୍ଧ । ଏବେ ଫସି ରହିଥିବା ଛାତ୍ରଛାତ୍ରୀ ମାନେ ରହୁଥିବା ଅଞ୍ଚଳର ଘଟଣା ବଖାଣୁଛନ୍ତି । ହଷ୍ଟେଲ ଛାଡି ବଙ୍କରରେ ରହୁଛନ୍ତି। କାଁଭାଁ ମୋବାଇଲ ଅନ କରୁଛନ୍ତି । ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରଛୁଆଲାସିଂ ପଞ୍ଚାୟତର ମଙ୍ଗୁଲି ଗ୍ରାମର ଅର୍ଚନା କର ୨୦୨୧ ଡିସେମ୍ବର ମାସ ୫ତାରିଖରେ ୟୁକ୍ରେନ ଯାଇଥିଲେ । ଖାର୍କିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ପ୍ରଥମ ବର୍ଷର ଛାତ୍ରୀ । ସେ ମସ୍କୋ ଠାରୁ ୧୦୦ କିଲୋମିଟର ଦୂର ବୋଲଫାର୍ଡରେ ଅଛନ୍ତି । ୫ ଦିନ ହେବ ୯ ମହଲା ହଷ୍ଟେଲ ଛାଡି ପ୍ରାୟ ୨୦୦ ପିଲା ଗୋଟିଏ ବଙ୍କରରେ ରହୁଛନ୍ତି।

publive-image

ତେବେ ଅର୍ଚନା ରହୁଥିବା ଅଞ୍ଚଳରେ ସ୍ଥାନୀୟ ଲୋକେ ରୁଷିଆର ଜଣେ ମେଜର ଜେନେରାଲଙ୍କୁ ହତ୍ୟା କରିବା ସହ ଗାଡି ଜଳିଦେବା ପରେ ସ୍ଥାନୀୟ ଅଞ୍ଚଳରେ ଏୟାର ଷ୍ଟାଇକ ଜୋରଦାର ହୋଇଥିବା ଅର୍ଚନା ତାଙ୍କ ପରିବାରକୁ କହିଛନ୍ତି ।  ସେହି ଅଞ୍ଚଳରେ ଖୁବ କମ ସମୟ ପାଇଁ ବିଦ୍ୟୁତ୍‌ ଓ ଇଣ୍ଟରନେଟ ଯୋଗାଇ ଦିଆଯାଉଥିବା ଯୋଗୁ ଯୋଗାଯୋଗ ହୋଇ ପାରୁ ନାହିଁ । ଅର୍ଚନା ଗତକାଲି ସେଠାକାର ସମୟ ରାତି ୧୧ରେ ଘର ଲୋକଙ୍କ ସହ କଥା ହୋଇଥିଲେ ଓ ପରେ ମୋବାଇଲ ଅଫ ରହିଛି । ତେଣୁ ପରିବାର ଲୋକେ ଆଶ ରେ ରହୁଛନ୍ତି । ତେବେ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ତାଙ୍କ ବାପା ଉମାକାନ୍ତ କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe