ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଭଦ୍ରକ ସାଂସଦ

Advertisment
ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଭଦ୍ରକ ସାଂସଦ

ଭଦ୍ରକ: ଧାମନଗର ଛକ ଠାରେ ପ୍ରସ୍ତାବିତ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ନେଇ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ଭେଟିଛନ୍ତି। ଶ୍ରୀମତୀ  ମଣ୍ଡଳ  ଏହି ଶିଳ୍ପକୁ ଭଦ୍ରକରେ ଯଥା ଶୀଘ୍ର ଆରମ୍ଭ କରିବାକୁ ଦାବି କରିଛନ୍ତି। ସେ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମନ୍ତ୍ରୀ ଉକ୍ତ ଶିଳ୍ପର ପ୍ରତିଷ୍ଠାର ବିଳମ୍ବର ପାଇଁ ଭାରତୀୟ ତୈଳ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କୁ ପଦକ୍ଷପ ନେବା ପାଇଁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଲୋଚନାରେ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି, ସଂସଦର ଶୂନ୍ୟ କାଳରେ ଶ୍ରୀମତୀ ମଣ୍ଡଳ ଧାମନଗର ଛକରେ ଶୀଘ୍ର ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଗୃହର ଅଧ୍ୟକ୍ଷଙ୍କ ଜରିଆରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀଙ୍କ  ନିକଟରେ ଦାବି ରଖିଥିଲେ। ଏହା ଥିଲା ୨୦୨୦ ମସିହା ସେପ୍ଟେମ୍ବର ୨୧ ତାରିଖର ଘଟଣା। କେନ୍ଦ୍ରମନ୍ତ୍ରୀ ରାମେଶ୍ବର ତେଲି ତାଙ୍କ ପତ୍ର ସଂଖ୍ୟା କ୍ୟୁ-୨୧୦୧୧/୧/୨୦୨୧-ଇଡି/୧୮୧୧୪ ତାରିଖ ୦୩.୧୨.୨୦୨୧ ରେ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ  ହେବ ବୋଲି ସାଂସଦଙ୍କୁ ଜଣାଇଥିଲେ। ଏହା  ମଧ୍ୟରେ ରାଜ୍ୟ ସରକାର ଉକ୍ତ ପ୍ରକଳ୍ପ ପାଇଁ ସମସ୍ତ ପ୍ରକାର ଭିତ୍ତଭୂମି ଯଥା ୬୦ ଏକର ଜମି, ବିଦ୍ୟୁତ୍, ରାସ୍ତା ଓ ଜଳ ଆଦି ଯୋଗାଇ ଦେଇଛନ୍ତି। ମାତ୍ର ଦୁଃଖ ଓ ପରିତାପର ବିଷୟ କେନ୍ଦ୍ର ସରକାରଙ୍କ  ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ  ବିଭାଗ ଉକ୍ତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଟିକେ ବି ଇଚ୍ଛା ପ୍ରକାଶ କରି ନାହାନ୍ତି।

ଟେକ୍ସଟାଇଲ ପ୍ରକଳ୍ପ ପ୍ରତିଷ୍ଠା ହେଲେ ଗୁଜୁରାଟ, ଆନ୍ଧ୍ର, ପରି ରାଜ୍ୟରେ ନିଜର ପରିବାର ପୋଷଣ ପାଇଁ ନଯାଇ ଏହି ଠାରେ ନିଯୁକ୍ତି ସୁଯୋଗ ପାଇବେ। ଏହି ଟେକ୍ସ ଟାଇଲ ପାର୍କ ପ୍ରତିଷ୍ଠା ସହିତ ଅନେକ ଆନୁସଙ୍ଗିକ କଳକାରଖାନା ମଧ୍ୟ ପ୍ରତିଷ୍ଠା ହୋଇପାରିବ, ଯାହାଫଳରେ ଅନେକ ଶିକ୍ଷିତ କୁଶଳୀ ଏବଂ ଅଣ କୁଶଳୀ ଯୁବକ ଯୁବତୀଙ୍କ ନିଯୁକ୍ତି ପାଇବା ପାଇଁ ସୁଯୋଗ ସୃଷ୍ଟି ହେବା ସହିତ ରାଜ୍ୟ ଅର୍ଥନୈତିକ ସୁଦୃଢ଼ ହେବା ସହ ବେକାର ସମସ୍ୟା ଦୂର ହୋଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe