ଭଦ୍ରକର ବରିଷ୍ଠ ଆଇନଜୀବୀ ରାୟ ରାମନନ୍ଦ ମହାପାତ୍ରଙ୍କ ପରଲୋକ

Advertisment
ଭଦ୍ରକର ବରିଷ୍ଠ ଆଇନଜୀବୀ ରାୟ ରାମନନ୍ଦ ମହାପାତ୍ରଙ୍କ ପରଲୋକ

ଭଦ୍ରକ: ଭଦ୍ରକର ବରିଷ୍ଠ ଆଇନଜୀବୀ, ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ମହାଯଜ୍ଞ କମିଟିର ସଭାପତି, ଭଦ୍ରକ ମାଧବ ସିନେମା ହଲର ମାଲିକ ରାୟ ରାମାନନ୍ଦ ମହାପାତ୍ରଙ୍କର ଗତକାଲି ବିଳମ୍ବିତ ରାତିରେ ତାଙ୍କ ଭଦ୍ରକ ସ୍ଥିତ ବାସଭବନରେ ହୃଦଘାତରେ ଦେହାନ୍ତ ହୋଇଯାଇଛି। ରାତିରେ ଖାଇ ସାରି ଶୋଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ଭଦ୍ରକର ଜଣେ ପ୍ରତିଷ୍ଠିତ ଓ ପରିଚିତ ଓକିଲ ଭାବରେ ବେଶ୍‌ ପରିଚିତ ଥିଲେ। ସେ ମଧ୍ୟ ଜଣେ ମେଳାପି , ମିଷ୍ଠଭାଷୀ, ଖୁସି ମିଞ୍ଜାଜର ମଣିଷ ଥିଲେ।

publive-image

ଭଦ୍ରକ ଶ୍ରୀରାମ ନବମୀ ମହାଯଜ୍ଞ ସମିତିରେ ଦୀର୍ଘ ଦିନ ଧରି ସଭାପତି ରହି ଆସିଥିଲେ। ତାଙ୍କ ଉପଦେଶ କ୍ରାମେ ପ୍ରତିବର୍ଷ ଶ୍ରୀରାମ ନବମୀ ମହାଯଜ୍ଞକୁ ଯାକଯମକରେ ପାଳନ କରାଯାଏ। ସେ ଭଦ୍ରକର ଉଭୟ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଭାଇଚାରା ଅତୁଟ ରଖିବାରେ ସବୁ ବେଳେ ସହଯୋଗ କରି ଆସୁଥିଲେ। ତାଙ୍କର ଅକାଳ ବିୟୋଗରେ ଭଦ୍ରକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଭଦ୍ରକ ବାର ଆସୋସିଏସନର ସଭାପତି ବରିଷ୍ଠ ଆଇନଜୀବୀ ନିରାକାର ଜେନା ଓ ସମ୍ପାଦକ ବରିଷ୍ଠ ଆଇନଜୀବୀ ଦିବ୍ୟସିଂହ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଭଦ୍ରକର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କର ଭଦ୍ରକ ସ୍ଥିତ ବାସଭବନକୁ ଯାଇ ସ୍ବର୍ଗତ ମହାପାତ୍ରଙ୍କ ମରଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe