ବାତ୍ୟା ଅମ୍ଫାନ ନେଲା ପ୍ରଥମ ମୁଣ୍ଡ! ଭଦ୍ରକ ଜିଲ୍ଲାରେ କାନ୍ଥ ପଡ଼ି ଏକ ବର୍ଷର ଶିଶୁ ମୃତ

Advertisment
ବାତ୍ୟା ଅମ୍ଫାନ ନେଲା ପ୍ରଥମ ମୁଣ୍ଡ! ଭଦ୍ରକ ଜିଲ୍ଲାରେ କାନ୍ଥ ପଡ଼ି ଏକ ବର୍ଷର ଶିଶୁ ମୃତ

ଭଦ୍ରକ:  ବାତ୍ୟା ଅମ୍ଫାନର ଭୟାବହତା ଆଜି ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି। ଜିଲାରେ ବାତ୍ୟା ଅମ୍ଫାନ ନେଇଛି ପ୍ରଥମ ମୁଣ୍ଡ । କାନ୍ଥ ପଡ଼ି ଏକ ଶିଶୁର ଜୀବନ ଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ବାତ୍ୟା ଅମ୍ଫାନର ପ୍ରଭାବରେ ଜୋରରେ ପବନ ବହିବାରୁ ଓ ବର୍ଷା ହେବାରୁ ତିହିଡି ବ୍ଲକରେ ଘଟିଛି ଏକ ଅଭାବନୀୟ ଘଟଣା। ତିହିଡି ବ୍ଲକ ଅନ୍ତର୍ଗତ କାଆଁପଡା ପଞ୍ଚାୟତର ଦକ୍ଷିଣପରି ଗ୍ରାମର ବଳରାମ ଦାସଙ୍କର ବର୍ଷା-ପବନ ହେତୁ ଘରର କାନ୍ଥ ଭାଙ୍ଗି ଯାଇଥିଲା।  ଫଳରେ ବଳରାମ ଦାସଙ୍କ ଏକ ବର୍ଷର ଶିଶୁ ପୁତ୍ର ଉପରେ କାନ୍ଥ ପଡ଼ିଯିବାରୁ ତାର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ପିଲାର ମା’ ତାକୁ ଘର ଆଗରେ ଛିଡ଼ାକରି ଦେଇ କାମ କରିବାକୁ ଯିବା ବେଳେ ଜୋରରେ ପବନ ବହିବାରୁ ତାଙ୍କ ଘର ଝାଟିମାଟି ତିଆରି ବଡ଼ କାନ୍ଥ ଶିଶୁ ପୁତ୍ର ଉପରେ ପଡି ଯାଇଥିଲା।

ତେଣେ  ଆଜି ଭଦ୍ରକ-ଚାନ୍ଦବାଲି, ଭଦ୍ରକ- ବାସୁଦେବପୁର, ବାଂଶଡା -ଧାମରା ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, ଭଦ୍ରକ ଜିଲ୍ଲାରେ ବାତ୍ୟା ଅମ୍ଫାନ ତାଣ୍ଡବ ଲୀଳା ଜାରି ରଖିଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe