ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ଦିଆଯାଇ ନ ଥିବା ପ୍ରତିବାଦ କରି ୧୬ ନମ୍ବର୍ ଜାତୀୟ ରାଜପଥ ଅବରୋଧ କଲେ ପ୍ରବାସୀ. ଯାତାୟତ ସଂପୂର୍ଣ୍ଣ ଠପ୍

Advertisment
ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ଦିଆଯାଇ ନ ଥିବା ପ୍ରତିବାଦ କରି ୧୬ ନମ୍ବର୍ ଜାତୀୟ ରାଜପଥ ଅବରୋଧ କଲେ ପ୍ରବାସୀ. ଯାତାୟତ ସଂପୂର୍ଣ୍ଣ ଠପ୍

ଭଦ୍ରକ: ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ଦିଆ ଯାଇ ନଥିବା ଏବଂ କୌଣସି ସୁବିଧା ନ ଥିବା ପ୍ରତିବାଦ କରି ହଜାର ହଜାର ପ୍ରବାସୀ ଆଜି ଭଦ୍ରକଠାରେ ୧୬ ନମ୍ବର୍ ଜାତୀୟ ରାଜପଥ ଅବରୋଧ କରିଥିବା ଜଣାଯାଇଛି।
ଗତକାଲି ଚରମ୍ପା ରେଳ ଷ୍ଟେସନରୁ ଓହ୍ଲାଇବା ପରେ ପ୍ରାୟ ୩୪୦୦ଜଣ ପ୍ରବାସୀଙ୍କୁ ଭଦ୍ରକ ସରକାରୀ ମହାବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ହେଲେ ସେଠାରେ ଗତ ରାତିରେ ଖାଦ୍ୟ ଦିଆ ନ ଯିବା ଏବଂ କୌଣସି ସୁବିଧା ନ ଥିବାର ଅଭିଯୋଗ ହୋଇଛି। ଏହାକୁ ନେଇ ଉତକ୍ଷିପ୍ତ ହୋଇ ପ୍ରବାସୀମାନେ ୧୬ ନମ୍ବର୍ ଜାତୀୟ ରାଜପଥ ଅବରୋଧ କରିଛନ୍ତି।

publive-image

ଏହା ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରୁ ଆସୁଥିବା ହଜାର ହଜାର ଗାଡ଼ି ଅଟକି ରହିଛି। ଗୋଟିଏ ପଟେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀଠାରୁ ଏବଂ ଅନ୍ୟ ପଟେ ସିମୁଳିଆଠାରୁ ରାସ୍ତା ଜାମ୍ ରହିଛି। ଏହାଫଳରେ ଯାତାୟତ ସଂପୂର୍ଣ୍ଣ ବ୍ୟାହତ ହୋଇଥିବାର ଖବର ମିଳିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଛି। ତେବେ ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାଇଶୁଝା  କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe