ଦୁଇ ଦିନ ଲାଗି ଭଦ୍ରକ ଜିଲ୍ଲାକୁ ସଂପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ

Advertisment
ଭବାନୀପାଟଣା ସହର ଓ ନୀଳଗିରି ଏନଏସି ସଟ୍‌ଡାଉନ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ଏବଂ ଭଦ୍ରକ ସହରରେ ସ୍ଥାନୀୟ ସଂକ୍ରମଣ ଯେପରି ବୃଦ୍ଧି ନ ପାଏ ତାକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗଷ୍ଟ ୧ ଓ ୨ ତାରିଖକୁ ଦୁଇ ଦିନ ଲାଗି ଭଦ୍ରକ ଜିଲ୍ଲାକୁ ସଂପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରାଯାଇଛି। ଏନେଇ ଜିଲ୍ଲାପାଳ ଜ୍ଞାନ ଦାସ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ଅଗଷ୍ଟ ୧ ଓ ୨ ତାରିଖରେ କେବଳ ଅତ୍ୟାବଶ୍ୟକୀୟ ଦୋକାନ ଏହି ସମୟରେ ଭଦ୍ରକ ଜିଲ୍ଲାରେ ଖୋଲା ରହିବ। ଏହି ଯଥେଷ୍ଟ ଆବଶ୍ୟକତା ନ ଥିଲେ ଘରୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଭଦ୍ରକ ଜିଲ୍ଲାରେ ସମସ୍ତ ସରକାରୀ ଓ ଅନ୍ୟ ସଂସ୍ଥା ବନ୍ଦ ରହିବ । କେବଳ ଜରୁରୀ କାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ମେଡିକାଲ, ଆମ୍ବୁଲାନ୍ସ ସେବା, ଔଷଧ ଦୋକାନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜରୁରୀ ସେବା ସଂସ୍ଥା, ଟେଲିଫୋନ୍, ପେଟ୍ରୋଲ ପମ୍ପ ଏବଂ ଗଣମାଧ୍ୟମ ଏହି କଟକଣାରୁ ବାଦ୍ ରହିବ ବୋଲି ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।
ସୂଚନାଯୋଗ୍ୟ ଭଦ୍ରକ ଜିଲ୍ଲାରୁ ଗତକାଲି ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୧୮ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ ହୋଇଥିଲେ। ଏହାକୁ ଆଖି ଆଗରେ ରଖି ଏଭଳି ସଟଡାଉନ୍ ନିଷ୍ପତ୍ତି ନିଆଯାଇଛି। ଏହି ୫୩ ଜଣଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୫ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe