୨ ଡାକ୍ତରଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ୪୮ ଘଣ୍ଟା ପାଇଁ ସିଲ୍

Advertisment
୨ ଡାକ୍ତରଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ୪୮ ଘଣ୍ଟା ପାଇଁ ସିଲ୍

ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ୪୮ ଘଣ୍ଟା ପାଇଁ ସିଲ୍ କଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। ଗତକାଲି ଓପିଡିର ୨ଜଣ ଡାକ୍ତରଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ମେଡିକାଲ୍ କର୍ତ୍ତୃପକ୍ଷ ଡାକ୍ତରଖାନା ବନ୍ଦ ଲାଗି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ମେଡିକାଲରେ ଜରୁରୀକାଳୀନ ସେବା ଜାରି ରହିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ‘ସମ୍ବାଦ’କୁ କହିଛନ୍ତି। ଆଜି ଡାକ୍ତରଖାନାକୁ ଆସିଥିବା ବହୁ ରୋଗୀ ଫେରି ଯାଇଛନ୍ତି।କରୋନା ଯୋଦ୍ଧା ଆକ୍ରାନ୍ତ ହେବା ପ୍ରଶାସନକୁ ଚିନ୍ତାରେ ପକାଇଛି।

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅଗଷ୍ଟ ମାସ ଆରମ୍ଭରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ଘଟିଛି। ଜିଲ୍ଲାବାସୀଙ୍କୁ ଏବେ ଭୟ ପସିଛି। ଲୋକେ ଘରୁ ଗୋଡକାଢି ବାହାରକୁ ବାହାରିବା ପୂର୍ବରୁ ଅନେକ କଥା ଚିନ୍ତା କରୁଛନ୍ତି। ଚାକିରିଆ ଲୋକଙ୍କୁ ଘରକୁ ଫେରିଲା ବେଳକୁ କାଳେ କରୋନା ଆକ୍ରାନ୍ତ ହୋଇଥିବ, ସଂପର୍କୀୟ ଲୋକଙ୍କୁ ଏଭିଳି ଭୟ ଘାରିଛି।

publive-image

ଅଗଷ୍ଟ ମାସର ପ୍ରତିଦିନର ରିପୋର୍ଟ ସର୍ବାଧିକ ୨୦ରୁ ବୃଦ୍ଧି ପାଇ ସର୍ବାଧିକ ୬୬ରେ ପହଞ୍ଚିଛି, ଯାହା ଜିଲ୍ଲାବାସୀଙ୍କୁ ଚମକାଇ ଦେଲା ଭଳି ରିପୋର୍ଟ ମିଳିଛି। ଗତକାଲିର ସଂଖ୍ୟାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫୪ ରେ ପହଞ୍ଚିଥିଲା। ଖୁବ୍‌ ଶୀଘ୍ର ଏଇ ସଂଖ୍ୟା ହଜାରେ ଆଡକୁ ମୁହାଁଉଛି ବୋଲି ଜଣାପଡ଼ିଛି।

ଏମାନଙ୍କ ଭିତରୁ ଜିଲ୍ଲାରେ ୬୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୨୬ସକ୍ରିୟ ସଂକ୍ରମିତମାନେ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe