ଭଦ୍ରକ ଜିଲ୍ଲାର ବନ୍ୟା ଅଞ୍ଚଳରୁ ସାଙ୍ଗିଭାରରେ ବୁହାହେଲେ ପ୍ରସୂତି ମହିଳା      

Advertisment
ଭଦ୍ରକ ଜିଲ୍ଲାର ବନ୍ୟା ଅଞ୍ଚଳରୁ ସାଙ୍ଗିଭାରରେ ବୁହାହେଲେ ପ୍ରସୂତି ମହିଳା      

ଚାନ୍ଦବାଲି : ଭଦ୍ରକ ଜିଲ୍ଲାର ବନ୍ୟା ଅଞ୍ଚଳରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ ।  ଗାଁ ରାସ୍ତା ବନ୍ୟା ପାଣିରେ ୩ଫୁଟରେ ବୁଡ଼ିଯାଇଥିବା ବେଳେ ଜଣେ ଗର୍ଭବତୀ ମହିଳାଙ୍କୁ ଦୀର୍ଘ ୫କିମି ବାଟ ସାଙ୍ଗିଭାରରେ ବୋହି ବୋହି ନେଲେ ପରିବାର ଲୋକେ। ନାଲଗୁଣ୍ଡା ପଞ୍ଚାୟତ ପ୍ରତାପପୁର ଗାଁରୁ ଆସିଛି ଏଭଳି ଦୃଶ୍ୟ।

ଆଜି ସକାଳେ  ଦେବବ୍ରତ ଧଳଙ୍କ ପତ୍ନୀ ମମତା ଧଳ(୨୨)ଙ୍କୁ ପ୍ରଥମ ଗର୍ଭଯନ୍ତ୍ରଣା ଅନୁଭୁତ ହେବାରୁ ପରିବାର ଲୋକେ ଏନେଇ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ହେଲେ ବନ୍ୟା ପାଇଁ ଆସିନପାରିବାରୁ ପରେ ଦମକଳ ବିଭାଗକୁ ଖବର ଦେଇଥିଲେ। ହେଲେ ଏନେଇ ଚାନ୍ଦବାଲି ଦମକଳ ବିଭାଗ ନିକଟରେ ବୋଟ୍ ନ ଥିବାରୁ ମନା କରିଦେଇଥିଲେ । ପରିବାର ଲୋକେ ବାଧ୍ୟହୋଇ ସାଙ୍ଗିଭାରରେ ବୋହି ବୋହି ଦୀର୍ଘ ୫କିମି ବନ୍ୟାପାଣି  ମଧ୍ୟରୁ ଉଦ୍ଧାର କରିଥିବା ବେଳେ ମତୋ ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ ପରେ ତାଙ୍କ ମତୋ ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମତୋ ପ୍ରାଥମିକି ଚିକିତ୍ସା କେନ୍ଦ୍ରରେ ତାଙ୍କର ଚିକିତ୍ସା କରାଯାଇଥିବା ସୂଚନା ମିଳିଛି ।     ଚାନ୍ଦବାଲି ମେଡ଼ିକାଲରେ ଜଣେ ଡ଼ାକ୍ତର ପଜିଟିଭ ଚିହ୍ନଟ ହେବା ପରେ ଭୟରେ ତାଙ୍କୁ ମତୋ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe