କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ୯୦ଜଣଙ୍କୁ ଆଜି ଘରକୁ ପଠାଇବ ଭଦ୍ରକ ଜିଲ୍ଲା ପ୍ରଶାସନ

Advertisment
କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ୯୦ଜଣଙ୍କୁ ଆଜି ଘରକୁ ପଠାଇବ ଭଦ୍ରକ ଜିଲ୍ଲା ପ୍ରଶାସନ

OdiaWeb

ଭଦ୍ରକ: ଭଦ୍ରକର ଦୁଇ ଜଣ କରୋନା ଆକ୍ରାନ୍ତ ହେବା ପରେ ଏମାନଙ୍କ ଲିଙ୍କରେ ଥିବା ପ୍ରାୟ ୯୦ଜଣ ଲୋକଙ୍କୁ ବିଭିନ୍ନ ସ୍ଥାନରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ସେମାନଙ୍କ ରକ୍ତ ନମୁନା ପରୀକ୍ଷା ରିପୋର୍ଟ ନେଗେଟିଭ ବାହାରିବା ପରେ ସେମାନେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିଲେ। ତେବେ ଆଜି ସେମାନଙ୍କୁ ନିଜ ଘରକୁ ପଠାଇ ଦିଆଯିବ।

ସେହିପରି କଲିକତା ଫେରନ୍ତା ଯାଜପୁର କରୋନା ଆକ୍ରାନ୍ତଙ୍କର ଭଦ୍ରକ ଲିଙ୍କ୍ ଥିବା ୬ ଜଣଙ୍କୁ ପ୍ରଶାସନ ଉଠାଇ ନେଇ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରିଥିଲା। ଏମାନଙ୍କର ନମୁନା ନେଗେଟିଭ ଆସିଛି। ଅନ୍ୟ ୧୫୦ଜଣ କଲିକତା ଫେରନ୍ତା ଲୋକଙ୍କର ରକ୍ତ ନମୁନା ପରୀକ୍ଷା ଲାଗି ଯାଇଛି। ସେମାନଙ୍କ ରିପୋର୍ଟ ଆସିବା ପରେ ଏମାନଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ନିଜ ଘରକୁ ପଠାଇ ଦିଆଯିବ ବୋଲି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏଣେ ଆଜି ଭଦ୍ରକର ଚରମ୍ପା ଓ ଏରେଇରୁ କଣ୍ଟେନମେଣ୍ଟ କଟକଣା ହଟିଲା ବୋଲି ଟୁଇଟ୍ କରି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି। ଭଦ୍ରକରେ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ପୂର୍ବରୁ ଗତ ୧୫ ତାରିଖରେ ପୁରୁଣା ବଜାରରୁ କଣ୍ଟେନମେଣ୍ଟ କଟକଣା ଉଠିଥିଲା। ସୂଚନାଯୋଗ୍ୟ, ଜିଲ୍ଲାରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ୩ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe