ରାତି ସାରା ବାସୁଦେବପୁର ଓ ଭଣ୍ଡାରିପୋଖରୀ ବ୍ଲକରେ ପଇଁତରା ମାରିଲା ପୁଲିସ

Advertisment
ବାରିପଦା ସହରରେ ପୁଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି, ୩୪ ହଜାର ୨ଶହ ଟଙ୍କା ଫାଇନ କଟା ଗଲା

ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିବା ପରେ ପ୍ରଶାସନ ଓ ପୁଲିସର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ବିଶେଷ କରି କଲିକତା ଫେରନ୍ତା ଅଧିକ ଚିନ୍ତା ବଢାଇ ଦେଇଛି। ଗତକାଲି ଦିନ ଓ ରାତି ସାରା ପୁଲିସ ବାସୁଦେବପୁର ବ୍ଲକର ନଅଟି ପଞ୍ଚାୟତର ୨୨ ଗାଁ ଓ ଭଣ୍ଡାରିପୋଖରୀ ବ୍ଲକର ୨ ପଞ୍ଚାୟତର ୨୨ଟି ଗାଁ ରେ ପଇଁତରା ମାରିଛନ୍ତି। ଏଇ କଣ୍ଟେନମେଣ୍ଟ ଜୋନରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

କଲିକତା ଫେରନ୍ତାଙ୍କୁ ଖୋଜୁଛି ପ୍ରଶାସନ। କଲିକତା ଲିଙ୍କ୍ ଖୋଜୁଛି ପୁଲିସ। ଦୁଇ ଦିନରେ ଦୁଇ ବ୍ଲକରୁ ୩୦୦ରୁ ଅଧିକ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଏମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି।

publive-image

ସୂଚନାଯୋଗ୍ୟ, ଗତକାଲି ସକାଳେ ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ବାସୁଦେବପୁର ବ୍ଲକର ବୋଲି ଜଣାଯିବା ପରେ ଜିଲ୍ଲା ପ୍ରଶାସନ ବାସୁଦେବପୁର ବ୍ଲକର ଲୁଙ୍ଗା, ଓଢୁଆଁ, ଓ ଲକ୍ଷ୍ମୀଦାସପୁର ଆଦି ତିନିଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲା। ଏଥିରେ ଥିବା ୨୨ଟି ଗାଁକୁ ସିଲ୍ କରାଯାଇଥିଲା। ପ୍ରବେଶ ଓ ପ୍ରସ୍ଥାନ ଉପରେ ଲାଗିଲା କଟକଣା । ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ । ଆବଶ୍ୟକ ସାମଗ୍ରୀ ସରପଞ୍ଚଙ୍କ ଦ୍ୱାରା ପହଞ୍ଚାଇବାକୁ ନିର୍ଦେଶ ଦିଆଯାଇଥିବା ନେଇ ଟୁଇଟ୍  କରି ସୂଚନା ଦେଇଥିଲେ ଭଦ୍ରକ ଜିଲ୍ଲାପାଳ । ଆଗରୁ ପ୍ରଶାସନ ପକ୍ଷରୁ ୪୯ଟି ଗାଁ ସିଲ୍ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe