ଭଦ୍ରକ ଜିଲ୍ଲା ପରିଷଦ ସଭାପତି: ପ୍ରଫୁଲ୍ଲ, ପ୍ରତିମା, ଗୀତାଙ୍କ ନାଁକୁ ନେଇ ଚର୍ଚ୍ଚା

ଉପନିର୍ବାଚନ ପୂର୍ବରୁ ମାଷ୍ଟର ଷ୍ଟ୍ରୋକ୍, ୪୮୮ ​କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ 

image source--india ahead

ଭଦ୍ରକ: ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳ ପ୍ରକାଶ ପାଇଛି। ଭଦ୍ରକ ଜିଲ୍ଲା‌ରେ ମୋଟ  ୨୮ ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଭଦ୍ରକ ଜିଲ୍ଲା ପରିଷଦ  ସଭାପତି ପଦ ଚଳିତ ନିର୍ବାଚନରେ ଏସ୍‌ସି ବର୍ଗ ପ୍ରାର୍ଥୀଙ୍କ ପାଇଁ ସରଂକ୍ଷିତ ରହିଛି। ତେଣୁ ଏସ୍‌ସି ବର୍ଗର ଯେଉଁ ପ୍ରାର୍ଥୀ  ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଦଳ କାହାକୁ ସଭାପତି ପଦରେ ବସାଇବ, ତାହାକୁ ନେଇ ଏବେଠାରୁ ଆରମ୍ଭ ହୋଇଛି ଚର୍ଚ୍ଚା।

ସବୁଠାରୁ ଆଗରେ ରହିଛନ୍ତି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ସଦ୍ୟ ନିର୍ବାଚିତ ହୋଇଥିବା ବନ୍ତ ବ୍ଲକ୍‌ ଅନ୍ତର୍ଗତ ୧୫ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଯେନା।          ପ୍ରଫୁଲ୍ଲ ଛାତ୍ର ରାଜନୀତିରୁ ଜନତା ଦଳ ସହ ସାମିଲ ଥିଲେ। ଖୁବ୍ କମ୍ ବୟସରୁ ବିଜୁ ବାବୁଙ୍କ ଆଶୀର୍ବାଦରୁ ବିଧାୟକ ହେବାର ଗୌରବ ଅର୍ଜନ କରିଥିଲେ। ଆଗରପଡ଼‌ା କଲେଜରୁ ଯୁକ୍ତତିନିର ପାଠ ପଢ଼ା ଶେଷ ପରେ  ୧୯୯୧ରେ ଅନୁଷ୍ଠିତ ଭଣ୍ଡାରିପୋଖରୀ ବିଧାନସଭା ପାଇଁ ଜନତା ଦଳରୁ ପ୍ରାର୍ଥୀ ହୋଇ ବିଧାୟକ ବନିଥିଲେ।

ସେତେବେଳର ଜନତା ଦଳରେ ସେ ଜଣେ ଦଳିତ ଯୁବନେତା ଥିଲେ। ସେ ଜିଲ୍ଲା ପରିଷଦ ସଭ୍ୟ ଭାବେ ବନ୍ତ ଜୋନ୍‌ରୁ ବିଜୟୀ ହେବା ପରେ ତାଙ୍କ ନାମ ଭଦ୍ରକ ଜିଲ୍ଲା ପରିଷଦ ସଭାପତି ପାଇଁ ଚର୍ଚ୍ଚା ହେଉଛି। ୨୬ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ସଦସ୍ୟ ଗୀତାରାଣୀ ମଲ୍ଲିକଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସୁଛି। କେବଳ ଗୀତା ନୁହନ୍ତି, ଗୀତାଙ୍କ ପରି ଭଦ୍ରକ ନିର୍ବାଚନ ମଣ୍ଡଳୀର ୨୫ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ପ୍ରତିମା ଯେନାଙ୍କ ନାମକୁ ନେଇ ତାଙ୍କର ସମର୍ଥକମାନେ ଚର୍ଚ୍ଚା ଆରମ୍ଭ କରିଛନ୍ତି।

ଆସନ୍ତା ମାର୍ଚ୍ଚ ୧୩ ତାରିଖରେ  ରାଜ୍ୟରେ ଜିଲ୍ଲା ପରିଷଦ  ସଭାପତି ନିର୍ବାଚନ ହେବ। ଆସନ୍ତା ୨୫ ତାରିଖରେ ଜିଲ୍ଲା ପରିଷଦ ଉପସଭାପତି ପଦ ପାଇଁ  ନିର୍ବାଚନ ହେବ। ଭଦ୍ରକ ଜିଲ୍ଲା ପରିଷଦ  ଉପସଭାପତି ପଦ ପାଇଁ ବହୁ ଆଶାୟୀଙ୍କ ନାମ ଏବେ ଚର୍ଚ୍ଚାକୁ ଆସିଛି। ଜିଲ୍ଲା ପରିଷଦ ସଭାପତି ପଦ ପୁରୁଷ ବର୍ଗଙ୍କ ମଧ୍ୟରୁ ନିର୍ବାଚିତ ହେଲେ ଉପସଭାପତି ପଦ ମହିଳା ବର୍ଗଙ୍କ ଭାଗରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ସେହିପରି ସଭାପତି ପଦ ମହିଳା ବର୍ଗଙ୍କ ଭାଗରେ ପଡ଼ିଲେ ଉପସଭାପତି ପୁରୁଷ ବର୍ଗଙ୍କ ଭାଗରେ ପଡ଼ିବାର ସମ୍ଭାବନା ରହିଛି।

ଏଭଳି  ସ୍ଥିତିରେ କିନ୍ତୁ  ଜିଲ୍ଲା ପରିଷଦ ଉପସଭାପତି ପଦ ପାଇଁ ଜିଲ୍ଲା ବିଜେଡିର ଉପସଭାପତି  ତଥା ଭଦ୍ରକର ୨୭ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରୁ ବିପୁଳ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ ମଳୟ  ଜେନାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଧାମନଗର ନିର୍ବାଚନ ମଣ୍ଡଳୀ ଧୂଷୁରୀ ଜୋନ୍ ୧୩ର ଜିଲ୍ଲା ପରିଷଦ ସଭ୍ୟ ପୂର୍ବତନ ବିଧାୟକ ସ୍ବର୍ଗତ ମାନସ ମଲ୍ଲିକଙ୍କ ଭାଇ ପ୍ରଦୀପ କୁମାର ମଲ୍ଲିକଙ୍କ ନାମ ଚର୍ଚ୍ଚାରେ ରହିଛି। ସେହିପରି ଚାନ୍ଦବାଲି ଜିଲ୍ଲା ପରିଷଦ ଜୋନ୍‌ ୪ ନମ୍ବରର ସଦସ୍ୟ ସ୍ମରଣିକା ସମଦର୍ଶନୀ ବଳ ଓ  ତିହିଡି ବ୍ଲକ୍‌ର ୪ ନମ୍ବର ଜୋନ୍‌ର ସଦସ୍ୟ ତଥା ପୂର୍ବତନ ତିହିଡ଼ି ବ୍ଲକ୍‌ ଅଧ୍ୟକ୍ଷା ବିଦ୍ୟୁତ୍‌ଲତା ନାୟକଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe