ଭାଗଚାଷୀକୁ ମିଳିବ ଋଣ, ପ୍ରତି ସପ୍ତାହରେ ହେବ ସମୀକ୍ଷା

Advertisment

ଖରିଫରେ ଚାଷୀଙ୍କୁ ସାର, ବିହନ ଓ ଋଣ ଯୋଗାଣର ସମୀକ୍ଷା କଲେ ମନ୍ତ୍ରୀ

ଖରିଫରେ ଚାଷୀଙ୍କୁ ସାର, ବିହନ ଓ ଋଣ ଯୋଗାଣର ସମୀକ୍ଷା କଲେ ମନ୍ତ୍ରୀ

ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ଓ ୩୬ଟି ସଚଳ: କୃଷି ମନ୍ତ୍ରୀ

Twitter

ଭୁବନେଶ୍ବର : କୋଭିଡ୍‌ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁଁ ଖରିଫ ଚାଷ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏଣୁ କୃଷି କାର୍ଯ୍ୟକୁ ଅବ୍ୟାହତ ରଖିବା ପାଇଁ ଚାଷୀମାନଙ୍କୁ ସଠିକ୍‌ ସମୟରେ ପର୍ଯ୍ୟାପ୍ତ ସାର ଓ ବିହନ ଯୋଗାଣ ସହିତ ଖରିଫ ଫସଲ ଋଣ ଯୋଗାଇବା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଫସଲ ଋଣ ପ୍ରଦାନ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦେବା ସହିତ ଭାଗଚାଷୀ ଓ ଭୂମିହୀନ ଚାଷୀମାନଙ୍କୁ ମଧ୍ୟ ଋଣ ଯୋଗାଇଦେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଏକ ଭର୍ଚୁଆଲ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଚଳିତ ଖରିଫରେ ସମବାୟ ମାଧ୍ୟମରେ ଫସଲ ଋଣ ଯୋଗାଣ, ପ୍ୟାକ୍ସ ଜରିଆରେ ସାର ଓ ବିହନ ଆଦି ଯୋଗାଣର ଅଗ୍ରଗତିର ସମୀକ୍ଷା କରିବା ସହ ବାତ୍ୟା ‘ୟାସ’ରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଥିବା ସହାୟତା ପ୍ୟାକେଜ୍‌ ପ୍ରଦାନ ପ୍ରକ୍ରିୟାର ମଧ୍ୟ ସମୀକ୍ଷା କରିଥିଲେ।

ସାର ଓ ବିହନ ଯେପରି ଚାଷୀ ପାଖରେ ପର୍ଯ୍ୟାପ୍ତ ପରିମାଣରେ ପହଞ୍ଚି ପାରିବ, ସେଥିପାଇଁ କୃଷି ବିଭାଗ ସାର ଉତ୍ପାଦନକାରୀ କମ୍ପାନିମାନଙ୍କ ସହିତ ଉପଯୁକ୍ତ ସମନ୍ୱୟ ରକ୍ଷା କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିଭଳି ଚଳିତ ଖରିଫରେ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ସମବାୟ ବ୍ୟାଙ୍କ ଓ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ସମବାୟ ସମିତି ସମୂହର ନିବନ୍ଧକ ପ୍ରତି ସପ୍ତାହରେ ଏଭଳି ଭର୍ଚୁଆଲ ବୈଠକ କରି ଋଣ ପ୍ରଦାନର ଅଗ୍ରଗତି ସମୀକ୍ଷା କରିବେ ଏବଂ ବିଭାଗକୁ ସାପ୍ତାହିକ ରିପୋର୍ଟ ପଠାଇ‌‌ବେ। ଡିଆର୍‌ସିଏସ୍‌ ଏବଂ ଏଆର୍‌ସିଏସ୍‌ ପ୍ୟାକ୍ସଗୁଡ଼ିକ ପରିଦର୍ଶନ କରି ଋଣ ପ୍ରଦାନ ଓ କୃଷି ସାମଗ୍ରୀ ଯୋଗାଣ କାର୍ଯ୍ୟର ଯାଞ୍ଚ କରିବେ। କାର୍ଯ୍ୟରେ ଖିଲାଫ ନେଇ ପ୍ରମାଣ ମିଳିଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ, ସମବାୟ ସମିତି ସମୂହର ନିବନ୍ଧକ ସୁଶାନ୍ତ କୁମାର ବାରିକ, ମାର୍କଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତି ମିଶ୍ରଙ୍କ ସମେତ କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସିଇଓ, ସମବାୟ ବିଭାଗର ସମସ୍ତ ଡିଆର୍‌ସିଏସ୍‌ ଓ ଏଆର୍‌ସିଏସ୍‌ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe