୧୫ଶହ ଭାଷାରେ ଉପଲବ୍ଧ ହେବ ଭଗବତ ଗୀତା

Advertisment

ପ୍ରକଳ୍ପର ମୁଖ୍ୟ ଦାୟିତ୍ବ‌ରେ ଆମେରିକାର ଅନ୍ତରୀକ୍ଷ ବୈଜ୍ଞାନିକ ଡ.ବିଜୟ କୁମାର

ପ୍ରକଳ୍ପର ମୁଖ୍ୟ ଦାୟିତ୍ବ‌ରେ ଆମେରିକାର ଅନ୍ତରୀକ୍ଷ ବୈଜ୍ଞାନିକ ଡ.ବିଜୟ କୁମାର

୧୫ଶହ ଭାଷାରେ ଉପଲବ୍ଧ ହେବ ଭଗବତ ଗୀତା

ପୁରୀ : ଭଗବତ ଗୀତାକୁ ବିଶ୍ବ‌ର କୋଣ ଅନୁକୋଣରେ ପହଞ୍ଚାଯିବ। ଡିଜିଟାଲ୍‌ ଯୁଗରେ ବୈଷୟିକ କୌଶଳର ଉପଯୋଗ କରାଯାଇ ଏହାକୁ ସମଗ୍ର ବିଶ୍ବବାସୀଙ୍କୁ ପଢ଼ିବାର ସୁଯୋଗ ଦିଆଯିବ। ଏଭଳି ଏକ ମହତ୍‌ ପରିକଳ୍ପନା ସହ କାର୍ଯ୍ୟ ଆରମ୍ଭ କରିଛନ୍ତି ପୁରୀ ଜିଲ୍ଲା ତେଇଶିପୁରରେ ଜନ୍ମିତ ତଥା ଆମେରିକାର ଅନ୍ତରୀକ୍ଷ ବୈଜ୍ଞାନିକ ଡ.ବିଜୟ କୁମାର ଦାଶ। ଡ. ଦାଶ ଏହି ପ୍ରକଳ୍ପର ମୁଖ୍ୟ ରହିଥିବା ବେଳେ ବିଶିଷ୍ଟ ଅଭିନେତା ତଥା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ସମେତ ନାଳନ୍ଦା ବିଶ୍ବବିଦ୍ୟାଳୟର କୁଳପତି ଡ.ବିଜୟ ଭାଟକର ଏବଂ ଏମ୍‌ଆଇଟି ୱାର୍ଲ‌୍ଡ ପିସ୍‌ ୟୁନିଭର୍ସିଟିର କୁଳପତି ଡ.ବିଶ୍ବନାଥ କରାଡ ମଧ୍ୟ ଏହି ମହତ୍‌ ପ୍ରକଳ୍ପର ଦାୟିତ୍ବ ବହନ କରିଛନ୍ତି।

ଆମେରିକାର ନ୍ୟୁଜର୍ସିର ବାସିନ୍ଦା ଭାବେ ଜୀବନ ଅତିବାହିତ କରୁଥିବା ଡ.ଦାଶ ଆଜି ପୁରୀ ଆସିଥିବା ବେଳେଏହି ସୂଚନା ଦେଇଛନ୍ତି। ଡ.ଦାଶ କହିଛନ୍ତି, ଭଗବତ ଗୀତା ପୁସ୍ତକକୁ ୧୫ଶହ ଭାଷାରେ ଅନୁବାଦ କରାଯାଇ ଅଡିଓ, ଭିଡିଓ, ଡିଜିଟାଲ, ଭର୍ଚୁଆଲ, ୩-ଡି ମାଧ୍ୟମରେ ଉପଲବ୍ଧ କରାଯିବ। ଏହା ବିଶ୍ବର ଭିନ୍ନଭିନ୍ନ ଭାଷାଭାଷୀ ଲୋକମାନଙ୍କ ନିକଟରେ ପହଞ୍ଚିପାରିବ। ସେ କହିଛନ୍ତି ଯେ ସବୁ ସମସ୍ୟାର ସମାଧାନ ଭଗବତ ଗୀତାରେ ହିଁ ନିହିତ ଅଛି। ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ଏହା ବେଶ ସହାୟକ ହୋଇପାରିବ ବୋଲି ସେ ବିଶ୍ବାସ ରଖିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe