ଭୈରବ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରା

ଭୈରବ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରା

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ସ୍ଥିତ ପ୍ରସିଦ୍ଧ ଭୈରବଦେବ ପୀଠରେ ଝାମୁଯାତ୍ରା ପାଳିତ ହୋଇଯାଇଛି। ଶନିବାର ୩ ଭୈରବଙ୍କ ପ୍ରତୀକ ବାଲି ଘରୁ ମୁଖ୍ୟ ମନ୍ଦିରକୁ ଯିବା ସହିତ ସେଠାରୁ ଆଜ୍ଞାମାଳ ଆଣିବା ପରେ ନିଆଁରେ ତିଆରି ଖନ୍ଦା(ଝାମି)କୁ ୩ଥର ପ୍ରଦକ୍ଷିଣ କରି ସାରିବା ପରେ ଠାକୁରାଣୀ ଗୁଡ଼ି (ମନ୍ଦିର)କୁ ଯାଇ ଦେବୀଙ୍କୁ ଆମନ୍ତ୍ରଣ ଜଣାଇଥିଲେ। ଏହି ସମୟରେ ୪ଟି କଟା କଦଳୀ ଗଛକୁ ଧଳା କପଡ଼ା ଘୋଡ଼ାଇ ପ୍ରସ୍ତୁତ କରାଯାଇଥିଲା ଗଉରୀଘର। ଯେଉଁଠି ବଳି ଦେବା ପରେ ଝାମୁଯାତ୍ରା ଆରମ୍ଭ ହୋଇଥିଲା। ଏହାପରେ ଅଗ୍ନି  ଭୈରବ କାଳେସୀ ନିଆଁ ଉପରେ ଚାଲିଥିଲେ।

publive-image

ଲାଞ୍ଜିଗଡ଼ ରାଜା ସୁରେନ୍ଦ୍ର ପ୍ରତାପ ସିଂହଦେଓ ଏବଂ ମନ୍ଦିର ପୂଜକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପର୍ବ ମହାସମାରୋହରେ ପାଳିତ ହୋଇଛି। ଝାମୁଯାତ୍ରାକୁ ସଫଳ କରିବା ପାଇଁ ପୂଜା କମଟି ଓ ଲାଞ୍ଜିଗଡ଼ ଯୁବ ଗୋଷ୍ଠୀ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା। ସେହିପରି ବ୍ଲକ୍‌ ମୁଖ୍ୟାଳୟ ବିଶ୍ୱନାଥପୁରରେ ଝାମୁଯାତ୍ରା ବିଧିରକ୍ଷା ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ବନ୍ଧପାରି ଓ ବଳଭଦ୍ରପୁରରେ ଝାମୁଯାତ୍ରା ପାଳିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe