କୋର୍ଟରେ ବୈଷ୍ଣବପୁରୀ ବାବାଙ୍କ ଉନ୍ମତ୍ତକାଣ୍ଡ

ମଠରେ ପଶି ଭଙ୍ଗାରୁଜା କରିବା ଅଭି‌ଯୋଗରେ ଗିରଫ

କ୍ୟାପିଟାଲ କ୍ରାଇମ: ସରକାରୀ ଜମିକୁ କେନ୍ଦ୍ରକରି ଗଣ୍ଡଗୋଳ,୨ ଗିରଫ

ପୁରୀ: ଆଜି ବୈଷ୍ଣବପୁରୀ ବାବା ପୁରୀ କୋର୍ଟରେ ଉନ୍ମତ୍ତକାଣ୍ଡ ଘଟାଇଥିବାରୁ ପୁଲିସକୁ ନାକେଦମ ହେବାକୁ ପଡ଼ିଛି। ଏହାକୁ ନେଇ ବହୁ ସମୟ ଧରି ଏଠାରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଶେଷରେ ପୁଲିସ ବୈଷ୍ଣବପୁରୀ ବାବା ଓରଫ ଳଙ୍ଗୁଳି ବାବାଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି।

ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ପାର୍ଶ୍ବରେ ଥିବା ଲଙ୍ଗୁଳି ମଠ ବା ଲକ୍ଷ୍ମୀ ଭଦ୍ର ମଠରେ ପଶି ଭଙ୍ଗାରୁଜା କରି ଟହଲିଆଙ୍କୟଠାରୁ ଟଙ୍କା ଛଡ଼ାଇ ନେଇଥିବା ନେଇ ବୈଷ୍ଟବ ବାବା ବିରୋଧରେ ସିଂହଦ୍ବାର ଥାନାରେ ମଠର ମହନ୍ତ ସୋମନାଥପୁରୀ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ସିଂହଦ୍ବାର ଥାନା ପୁଲିସ ୫୨/୨୩ ନମ୍ବରରେ ଏକ ମାମଲା ରୁଜୁ କରି ଆଜି ବୈଷ୍ଣବଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଥିଲା। ସିଂହଦ୍ବାର ଥାନାର ଏସ୍ଆଇ ପ୍ରଭୁଦତ୍ତ ବିଶ୍ବାଳ ବୈଷ୍ଣବ ବାବାଙ୍କ କୋର୍ଟକୁ ନେଇ ଯାଇଥିଲେ। ମାତ୍ର ବୈଷ୍ଣବ ବାବା କୋର୍ଟରେ ପହଞ୍ଚିବା ପରେ ହେ’ାହଲ୍ଲା କରିଥିଲେ। ଏପରିକି ତାଙ୍କୁ ଏଏସ୍ଆଇ ଦେବଦତ୍ତ ପ୍ରଧାନ ବୁଝାସୁଝା କରିବାରୁ ସେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ। ଶେଷରେ ପୁଲିସ ବୈଷ୍ଣବ ବାବାଙ୍କୁ କାବୁକରି କୋର୍ଟରେ ହାଜର କରାଇଥିଲା। କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ବୈଷ୍ଣବପୁରୀ ବାବା ଗତ ୨୦୨୧ ମସିହା ମାର୍ଚ୍ଚ ମାସ ୧୪ ତାରିଖ ଦିନ କେବଳ ଏକ କୌପିନି ପରିଧାନ କରି ଶ୍ରୀମନ୍ଦିର ବେଢ଼ା ଭିତରେ ପଶି ଉନ୍ମତକାଣ୍ଡ ଘଟାଇବା ସହ ରୋହିଣୀକୁଣ୍ଡ ଛାମୁଣ୍ଡିଆକୁ ଭଙ୍ଗାରୁଜା କରିଥିଲା। ଫଳରେ ସେ ଶ୍ରୀମନ୍ଦିର ଜେଟିପି ଓ ପୁଲିସର ଆକ୍ରମଣରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥିଲା। ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର ସୁପରଭାଇଜର ପ୍ରତାପ ନନ୍ଦଙ୍କ ଅଭିଯୋଗକ୍ରମେ ସିଂହଦ୍ବାର ଥାନା ପୁଲିସ ଏକ ମାମଲା ରୁଜୁ କରି ବୈଷ୍ଣବପୁରୀ ବାବାକୁ ଗିରଫ ପରେ କୋର୍ଟଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe