ପୁସ୍ତକ ଆଗଭଳି ପଢାଯାଉ ନାହିଁ, ଏ ବିଷୟରେ ଗବେଷଣା କରିବାର ଆବଶ୍ୟକତା ରହିଛି: ସୌମ୍ୟରଂଜନ ପଟ୍ଟନାୟକ

Advertisment

ଭଦ୍ରକ ପୁସ୍ତକ ମେଳା ଉଦଘାଟିତ

ଭଦ୍ରକ ପୁସ୍ତକ ମେଳା ଉଦଘାଟିତ

ପୁସ୍ତକ ଆଗଭଳି ପଢାଯାଉ ନାହିଁ, ଏ ବିଷୟରେ ଗବେଷଣା କରିବାର ଆବଶ୍ୟକତା ରହିଛି: ସୌମ୍ୟରଂଜନ ପଟ୍ଟନାୟକ
ଭଦ୍ରକ: ୨୨ ତମ ଭଦ୍ରକ ପୁସ୍ତକ ମେଳା ଆଜି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଉଛି। ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ପୁସ୍ତକ ମେଳାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଲେ, ମେଳା ଉତ୍ସବ ମଉଜ ଗତ ତିନି ବର୍ଷ ତଳେ କରୋନା ସବୁ ଉଡେଇ ନେଇଥିଲା। ତିନି ବର୍ଷ ତଳେ ଆମକୁ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଉଥିଲା। ଏବେ ସାମାଜିକ ଦୂରତା ରକ୍ଷା କରିବା ଉଠି ଯାଇଛି। ଆଜି ଏଠି ବହୁ ସଂଖ୍ୟାରେ ବୁଦ୍ଧିଜୀବୀ ଓ ସାହିତ୍ୟିକ ଯୋଗ ଦେଇଛନ୍ତି। ପୁସ୍ତକ ଆଉ ବୋଧେ ଆଗଭଳି ପଢାଯାଉ ନାହିଁ। କିନ୍ତୁ ଏ ବିଷୟରେ ଗବେଷଣା କରିବାର ଆବଶ୍ୟକତା ରହିଛି। କାଗଜ ଆଉ କାଲିର ବହି ଆଉ ଆଗକୁ ହୁଏତ ରହିବ ନାହିଁ। କିଛି କାମ ନ ଥିଲା ବେଳେ ଆମେ ପ୍ରଥମେ ଉପନ୍ୟାସ ପଢ଼ିବା ଆରମ୍ଭ କରିଥିଲେ। ବହି ପଢ଼ିବାର ଯେଉଁ ଅଭ୍ୟାସ ଆମେ  ଶିଖିଛେ, ତାହା କେବେ କମିବ ନାହିଁ। କିନ୍ତୁ ଇଣ୍ଟରନେଟ ଓ ଲାପଟପ  ମାଧ୍ୟମରେ ପାଠ ପଢୁଛନ୍ତି। ଛପା ଅକ୍ଷରରେ ପଢ଼ିବା କମୁଛି।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମୋବାଇଲ୍ ଅମର ଏକ ଅଙ୍ଗ ବସ୍ତ୍ର ହୋଇଗଲାଣି। ଆଗରୁ ଯେଭଳି ଆମେ ଘରର ଚାବି ଖୁଜୁ ଥିଲେ। ଏବେ ଆମ ପ୍ରତି ମୁହୂର୍ତ୍ତରେ ମୋବାଇଲ ଖୁଜୁଛେ। ଏବେ ମୋବାଇଲରେ ଚାଲିଛି ପାଠ ପଢା।  ବହି ଆମଠାରୁ ଯେତିକି ଦୂରେଇ ଦୂରେଇ ଯାଉଛି। ମୋବାଇଲ୍ ଆମର ସେତିକି ଆପଣାର ହୋଇଯାଇଛି। ଭାଷାର ଶତ୍ରୁ ମୋବାଇଲ ନୁହେଁ। ଆମ ଭାଷା ସାହିତ୍ୟକୁ ବଢାଇ ବା ପାଇଁ ଆମକୁ କିଛି ନୂଆ କୌଶଳ ଆପଣାଇବା କୁ ପଡ଼ିବ। ଆମ ପିଲା ମାନଙ୍କର ଭାଷା ଦୁର୍ବଳ ହୋଇଯାଉଛି। ଭାଷା ଓ ଶବ୍ଦ ରେ ହେଉ ଖେଳ ଖେଲା ଯାଇ ତାହା ସାହିତ୍ୟ  ବୋଲି କୁହାଯାଏ। ଅନୁଭବ କଙ୍ଗାଳ ସାହିତ୍ୟିକ ଙ୍କ ଠାରୁ ଭଲ ସାହିତ୍ୟ ସୃଷ୍ଟି ହୋଇ  ପରେନା ବୋଲି କହିଥିଲେ। ମାଆ, ମାଟି, ମାତୃଭାଷା ଓ ମୋବାଇଲ କୁ ଅଧିକରୁ ଅଧିକ ବ୍ୟବହାର କରିବା  କୁ  କହିଥିଲେ।
publive-image
ବରେଣ୍ୟ ଅତିଥି ଭାବରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଯୋଗ ଦେଇ କହିଲେ, ଏବେ ବହି ପ୍ରତି ନୂତନ ପିଢ଼ିର ପାଠକ ଆକୃଷ୍ଟ ହେଉନାହାନ୍ତି। ମୋବାଇଲ୍ ଫୋନ୍ ଓ ଇଣ୍ଟରନେଟ ଯୁଗ ବହି  ଠାରୁ  ଲୋକଙ୍କୁ ଦୂରେଇ ନେଉଥିବା ବେଳେ ଆଜି କିନ୍ତୁ ପୁସ୍ତକ ମେଳାରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ ଓ ସାହିତ୍ୟିକ ମାନେ ଯୋଗ ଦେବା   ଏ ପୁସ୍ତକ ମେଳା କୁ ଅଧିକ ସଫଳ କରିଛି। ସଭାରେ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଗାଳ୍ପିକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ରଧାବିନୋଦ ନାୟକ ଯୋଗ ଦେଇ ନିଜ  ବକ୍ତବ୍ୟ ରେ କହିଲେ, ବହି ପରଷ୍ପର ମଧ୍ୟରେ ସଂଯୋଗ ସେତୁ। ବହି  ଅବାଟ ରୁ ମଣିଷ ସମାଜକୁ ବାଟ କୁ ଆଣେ। ବହି ର ବିକଳ୍ପ ନାହିଁ। ବହି ସମାଜର ବିକାଶର ମୂଳାଧାର। ଦୁନିଆର ଆମର ଯଦି କେହି ଭଲ ବନ୍ଧୁ ଟିଏ ଥାଏ, ସେ ହେଉଛି ବହି।
ସମ୍ମାନିତ ଅତିଥି ଭାବରେ ନାଟ୍ୟକାର ବିଜୟ ଦାସ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଲେ, ସଭାରେ  ଅନ୍ୟତମ ବରେଣ୍ୟ ଅତିଥି  ଭାବରେ  ଭଦ୍ରକର  ଜିଲ୍ଲାପାଳ ସିଦ୍ଧେଶ୍ୱର ବଳୀରାମ  ବନ୍ଦୋର ଯୋଗ ଦେଇ କହିଲେ ବହିର ଆଦର କମାଉଛି ମୋବାଇଲ ଫୋନ। ତଥାପି   ପୁସ୍ତକ ର  ଆବଶ୍ୟକ ତା ରହିଛି  ପୁସ୍ତକ ରୁ ଅନେକ ଶିଖିବାର ରହିଛି।   ପୁସ୍ତକ ମେଳାର ସଫଳତା କାମନା କରିଥିଲେ। ପୁସ୍ତକ ମେଳାର ସଭାପତି ଅଜୟ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ବିଶ୍ବରଂଜନ ଦାସ ସ୍ଵାଗତ  ଭାଷଣ  ଓ ଅତିଥି ପରିଚୟ ଦେଇଥିଲେ। ପୁସ୍ତକ ମେଳାର ସମ୍ପାଦକ ରୂପକ ବିହାରୀ ରାୟ ସଂପାଦକୀୟ ବିବରଣୀ ପାଠ କରିଥିଲେ। ସଭାର ଆରମ୍ଭରେ ବନ୍ଦେ ଉତ୍କଳ ଜନାନୀ ସଙ୍ଗୀତ ଗାନ କରିଥିଲେ।
 ଅନ୍ୟମାନଙ୍କ ମଧ୍ୟରେ  ସୁଧାକର ରାଉତ, ପ୍ରାଧ୍ୟାପକ  ଶଇକେନ୍ଦ୍ର ମହାପାତ୍ର, ଆଇନଜୀବୀ ଗଦାଧର ବଳ, ଆଇନଜୀବୀ ଦିବ୍ୟସିଂହ ନାୟକ, ଆଇନଜୀବୀ ରାଧା ଦାସ, ପଙ୍କଜ ବଳ, ଅମରେଶ ବିଶ୍ଵାଳ, କୁନି ମହାନ୍ତି, ବୈକୁଣ୍ଠ ବିଶ୍ଵାଳ, ଜଗନ୍ନାଥ ରାଉତ, ବିପ୍ଳବ ହୋତା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ନାଟକ ଙ୍କ ସମେତ ବହୁ ସହିତିକ, ଶିକ୍ଷାବିତ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe