ଭକ୍ତ ଚରଣ ଦାସଙ୍କୁ ବିହାର ପ୍ରଭାରୀ ଭାବେ ଅତିରିକ୍ତ ଦାୟିତ୍ବ ଦେଲା ଏଆଇସିସି

Advertisment
କଂଗ୍ରେସ ଷ୍ଟିୟରିଂ କମିଟିରେ ଭକ୍ତ

Indian National Congress

ନୂଆଦିଲ୍ଲୀ: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ମିଜୋରାମ ଓ ମଣିପୁର ପ୍ରଭାରୀ ଭକ୍ତ ଚରଣ ଦାସଙ୍କୁ ବିହାରର ଅତିରିକ୍ତ ଦାୟିତ୍ବ ଦେଇଛି। ପୂର୍ବରୁ ବିହାରରେ ଏଆଇସିସି ପ୍ରଭାରୀ ଭାବେ ଶକ୍ତିସିଂ ଗୋହିଲ ନିଯୁକ୍ତ ଥିଲେ। ସେ ଉକ୍ତ ପଦରୁ ଅବ୍ୟାହତି ନେବା ପରେ ଦଳର ସଭାନେତ୍ରୀ ଭକ୍ତ ଚରଣ ଦାସଙ୍କୁ ବିହାର ଦାୟିତ୍ବ ଦେଇଛନ୍ତି। ଶ୍ରୀ ଦାସ ତତ୍କାଳ ଏହି ଦାୟିତ୍ବ ଗ୍ରହଣ କରିବାକୁ ଏଆଇସିସି ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe