ଭକ୍ତ ଦାସ ମଣିପୁର ଓ ମିଜୋରାମ ରାଜ୍ୟର ସାଙ୍ଗଠନିକ ପ୍ରଭାରୀ ଭାବେ ନିଯୁକ୍ତ, କଳାହାଣ୍ଡି କଂଗ୍ରେସରେ ଖୁସିର ଲହରୀ

Advertisment
ଭକ୍ତ ଦାସ ମଣିପୁର ଓ ମିଜୋରାମ ରାଜ୍ୟର ସାଙ୍ଗଠନିକ ପ୍ରଭାରୀ ଭାବେ ନିଯୁକ୍ତ, କଳାହାଣ୍ଡି କଂଗ୍ରେସରେ ଖୁସିର ଲହରୀ

ଭବାନୀପାଟଣା : ପୂର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କୁ କଂଗ୍ରେସ ଅଧ୍ୟକ୍ଷ କଂଗ୍ରେସର ଆମନ୍ତ୍ରିତ ସଦସ୍ୟ ଏବଂ ମଣିପୁର ଓ ମିଜୋରାମ ରାଜ୍ୟର ସାଙ୍ଗଠନିକ ପ୍ରଭାରୀ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହାକୁ ନେଇ ଜିଲ୍ଲା କଂଗ୍ରେସ କର୍ମୀ ମହଲରେ ଖୁସିର ଲହରୀ ଖେଳିଯାଇଥିଲା । ଆଜି କଳାହାଣ୍ଡିରେ ଭକ୍ତଚରଣ ଦାସ ପହଞ୍ଚିବା ପରେ ଜିଲ୍ଲା କଂଗ୍ରେସ କର୍ମୀମାନେ ଭବାନୀପାଟଣା ସହରସ୍ଥିତ ହିରୋହଣ୍ଡା ସୋରୁମ ଠାରୁ ଏକ ବାଇକ ଶୋଭାଯାତ୍ରାରେ ଶ୍ରୀ ଦାସଙ୍କୁ ପାଛୋଟି ଆଣିଥିଲେ ।

publive-image

ଏହି ଶୋଭାଯାତ୍ରାରେ ଜିଲ୍ଲା ସଭାପତି ଭାରତ ବେମାଲ,  ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ, ସିଦାର୍ଥ ନାଏକ, ଦେବୀ ସିନ୍ଦୁର, ପରମାନନ୍ଦ ମାଝୀ, ସାଗର ପଟ୍ଟନାୟକ, ସୁଶାନ୍ତ ପ୍ରଧାନୀ, ତ୍ରିଲୋଚନ ପାଣିଗ୍ରାହୀ, ମହମ୍ମଦ ସାହେବ, ସୁନୀଲ ନାଏକ, ବ୍ରଜ ସାହୁ, ମିଡ଼ିଆସେଲ ସଂଯୋଜକ ମହମ୍ମଦ ଅଲ୍ଲୀ,  ନଗର ସଭାପତି ନିମାଞ୍ଚଳ ନାଏକ, ପ୍ରୀତମ ବେହେରା, ଅବଦୁଲ ସାଜିଦ , ସୁରେଶ ପଟ୍ଟନାୟକ, ଋଷିରାଜ ସାହୁ,  ମୁରଲୀ  ନାଏକ, ସୁକାନ୍ତ ବିଶି, ଯୁଧିଷ୍ଠିର ତାଣ୍ଡି ସମେତ ଜିଲ୍ଲାର ଅନେକ କଂଗ୍ରେସ କର୍ମୀ ପ୍ରମୁଖ ସାମିଲ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe