ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଚରଣ ଦାସ

ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଚରଣ ଦାସ

Youtube

ଭୁବନେଶ୍ୱର: ଗତ ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ନୈତିକ ଦାୟିତ୍ୱ ସ୍ୱୀକାର କରି ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ ଇସ୍ତଫା ଦେଇଛନ୍ତି।

ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ବିପର୍ଯ୍ୟୟ ଘଟିଛି। ଲୋକସଭା ନିର୍ବାଚନରେ ଦଳ ମାତ୍ର ଗୋଟିଏ ଆସନ ହାସଲ କରିଥିବା ବେଳେ ବିଧାନସଭାରେ ଦଳର ସଭ୍ୟ ସଂଖ୍ୟା ୧୬ରୁ ୯କୁ ଖସି ଆସିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କ ସମେତ ବହୁ ବରିଷ୍ଠ ନେତା ପରାଜିତ ହୋଇଛନ୍ତି। ଏପରିକି ଶ୍ରୀ ଦାସ ନିଜେ କଳାହାଣ୍ଡି ଲୋକସଭା ଆସନ ଏବଂ ତାଙ୍କର ପୁତ୍ର ସାଗର ଦାସ ଭବାନୀପାଟଣା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରି ହାରି ଯାଇଛନ୍ତି।

ପୂର୍ବରୁ ପି.ସି.ସି ସଭାପତି ନିରଂଜନ ପଟ୍ଟନାୟକ ଦଳୀୟ ବିପର୍ଯ୍ୟୟ ପାଇଁ ନୈତିକ ଦାୟିତ୍ୱ ସ୍ୱୀକାର କରି ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe