ଭଣ୍ତାରୀପୋଖରୀ ଇନ୍‌ସ୍ପେକ୍ଟର୍‌ ନିଲମ୍ବିତ

Advertisment
୨୬ ଡିଏସ୍‌ପି ଏବ˚ ୭ ଆରଆଇଙ୍କ ବଦଳି

କଟକ: ଭିଜିଲାନ୍ସ ଦ୍ବାରା ଗିରଫ ଭଦ୍ରକ ଜିଲ୍ଲା ଭଣ୍ତାରୀପୋଖରୀ ଇନ୍‌ସ୍ପେକ୍ଟର ଅମିତ କୁମାର ବିଶ୍ବାଳଙ୍କୁ ପୁଲିସ ଡିଜି ଡାକ୍ତର ଆର‌୍‌.ପି. ଶର୍ମା ଆଜି ନିଲମ୍ବିତ କରିଛନ୍ତି। ନିଲମ୍ବନ ଅବଧି ସମୟରେ ଶ୍ରୀ ବିଶ୍ବାଳ ପୂର୍ବାଞ୍ଚଳ ରେଞ୍ଜ ବାଲେଶ୍ବର ଡିଆଜିଙ୍କ ଅଧିନରେ ରହିବେ। ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭଣ୍ତାରୀପୋଖରୀରୁ ବାରିପଦାକୁ ମୋଟ ୭୩ ହଜାର ୫୦୦ ଟଙ୍କା ନେଇ ଯାଉଥିବା ବେଳେ ବାଲେଶ୍ବର ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା। କେଉଁଠୁ ଏତେ ପରିମାଣରେ ଅର୍ଥ ଆଣିଥିଲେ, ସେ ସଂପର୍କରେ ପଚରାଯିବାରୁ ଶ୍ରୀ ବିଶ୍ବାଳ କୌଣସି ସୂଚନା ଦେଇପାରିନଥିଲେ। ଯଦ୍ବାରା ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ଆଜି ପୁଲିସ ଡିଜି ଡାକ୍ତର ଶ୍ରୀ ଶର୍ମା ଗିରଫ ହୋଇଥିବା ଇନ୍‌ସ୍ପେକ୍ଟରଙ୍କୁ ଚାକିରିରୁ ନିଲମ୍ବନ କରିଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe